ମିଲେଟ୍ ଫୁଡ୍ ପ୍ରସ୍ତୁତ କରିବେ ଜେଲରେ ରହୁଥିବା କଏଦୀ

ମିଲେଟ୍ ପୁଡ୍ ପ୍ରସୁତିରେ ସାମିଲ ହେବେ କଏଦୀ ଏଥର ମିଲେଟ୍ ଫୁଡ୍ ପ୍ରସ୍ତୁତ କରିବେ ଜେଲରେ ରହୁଥିବା କଏଦୀ ।ଝାରପଡ଼ା ଜେଲର ୩୦ରୁ ଉର୍ଦ୍ଧ କଏଦୀ ହେବେ ଏହି ଯୋଜନାରେ ସାମିଲ ।ସେହିପରି ଚଉଦ୍ୱାର ଜେଲରେ ରହୁଥିବା କଏଦୀଙ୍କୁ ମଧ୍ୟମିଳିବ ସ୍ୱାବଲମ୍ବା ହେବାର ସୁଯୋଗ

ଭୁବନେଶ୍ୱର:ମିଲେଟ୍ ପୁଡ୍ ପ୍ରସୁତିରେ ସାମିଲ ହେବେ କଏଦୀ ଏଥର ମିଲେଟ୍ ଫୁଡ୍ ପ୍ରସ୍ତୁତ କରିବେ ଜେଲରେ ରହୁଥିବା କଏଦୀ ।ଝାରପଡ଼ା ଜେଲର ୩୦ରୁ ଉର୍ଦ୍ଧ କଏଦୀ ହେବେ ଏହି ଯୋଜନାରେ ସାମିଲ ।ସେହିପରି ଚଉଦ୍ୱାର ଜେଲରେ ରହୁଥିବା କଏଦୀଙ୍କୁ ମଧ୍ୟମିଳିବ ସ୍ୱାବଲମ୍ବା ହେବାର ସୁଯୋଗ ।ଓଡ଼ିଶା ମିଲେଟ୍ ମିଶନ ତରଫରୁ କଏଦୀଙ୍କୁ ଦିଆଯିବ ପ୍ରଶିକ୍ଷଣ ।ରାଜ୍ୟର ଏସ୍ଏଚଜିଙ୍କଠାରୁ କଏଦୀ ନେବେ ପ୍ରଶିକ୍ଷଣ ।ଯେଉଁଥି ପାଇଁ ଉଭୟ ଜେଲର ମୁଖ୍ୟଙ୍କ ସହ ଓଡ଼ିଶା ମିଲେଟ୍ ମିଶନ୍ ତରଫରୁ ହୋଇସାରିଛି ଆଲୋଚନା ।ଯାହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି ।

ODISHA

ଓଡ଼ିଶାର ମିଲେଟ୍ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ମିଲେଟ୍ ମିଶନ୍ ପକ୍ଷରୁ ବିଭିନ୍ନ ପଦକ୍ଷପ ନିଆଯାଉଛି ।ରାଜ୍ୟର ବିଭିନ୍ନ ସହରରେ ମିଲେଟ୍ କାଫେର୍ ଆଉଟଲେଟ୍ ମଧ୍ୟ ଖୋଲାଯିବାର ବ୍ୟବସ୍ଥା କରାଯାଉଛି ।ଆଗକୁ କଳିଙ୍ଗ ଷ୍ଟାଡିୟମ ଓ ସ୍ପୋର୍ଟସ ହଷ୍ଟେଲରେ ମଧ୍ୟ ମିଳିବ ମିଲେଟ୍ ଫୁଟ୍ ।ଯେଉଁଥି ପାଇଁ କ୍ରିୟା ବିଭାଗ ଓ ମିଲେଟ୍ ମିଶନ ପକ୍ଷରୁ ବୈଠକ ହୋଇ ନିଷ୍ପତ୍ତି ନିଆଯାଇ ସାରିଛି ।ଯାହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହରୁ ଆସୁଥିବା ଖେଳାଳୀ ମଧ୍ୟ ଏଥର ମିଲେଟ୍ ଖାଦ୍ୟ ଉପଭୋଗ କରିପାରିବେ ।

ଖୁବଶିଘ୍ର କଳିଙ୍ଗ ଷ୍ଟାଡିୟମ୍ ଓ ସ୍ମୋର୍ଟସ ହଷ୍ଟେଲରେ ଖୋଲିବ ମିଲେଟ୍ ଆଉଟଲେଟ୍ ।ଯାହର ଦାଇତ୍ୱ ତୁଳାଇବେ ସ୍ୱୟଂ ସହାୟକ ଗୋଷ୍ଠୀ ।କ୍ରୀଡ଼ା ବିଭାଗ ,ମିଶନ ଶକ୍ତି ଏବଂ ଓଡ଼ିଶା ମିଲେଟ୍ ମିଶନର ମିଳିତ ସହୋଯୋଗରେ ଏହି ଆଉଟଲେଟ୍ ଖୋଲାଯିବାର ନିଷ୍ପତ୍ତି ନିଆ ହୋଇଛି । ତେବେ ଏହି ଆଉଟଲେଟରେ ମିଲେଟରୁ ପ୍ରସ୍ତୁତ ସୁଖିଲାଖାଦ୍ୟ ସହିତ ରନ୍ଧା ଖାଦ୍ୟ ମଧ୍ୟ ମିଳିବ ।ବର୍ତ୍ତମାନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ତରଫରୁ ରାଜଧାନୀର ୩୦ଟି ଓମଫେଡ଼୍ ପାର୍ଲରକୁ ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+