ଦଶହରା ଭସାଣରେ ଗୋଷ୍ଠୀ ସଂଘର୍ଷ ଘଟଣା, ଆଉ ୩ ଜଣଙ୍କୁ ଗିରଫ କଲା ପୋଲିସ
କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଗୁରୁବାର ଆଉ ୩ ଗିରଫ ହୋଇଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ। ତେବେ ଆଗକୁ ଆଉ ଅଧିକଙ୍କୁ ଗିରଫ କରାଯାଇପାରେ ବୋଲି ସେ କହିଛନ୍ତି।

ହାତୀପୋଖରୀ ଓ କଦମ ରସୁଲ ଅଞ୍ଚଳରେ କମିଶନରେଟ୍ ପୋଲିସ କଡ଼ା ଯାଞ୍ଚ କରୁଛି। ୨ ଏସିପି, ୩ ଆଇଆଇସିଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଘର ଘର ବୁଲି କେନ୍ଦ୍ରୀୟ ଫୋର୍ସ ସହ କମିଶନରେଟ ପୋଲିସ ଯାଞ୍ଚ କରୁଛି।












Click it and Unblock the Notifications