ରାଜଧାନୀରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ: ଭିଡ଼ିଓ ଜାରି କରି ସତର୍କ କରାଇଲା କମିଶନରେଟ ପୋଲିସ
ରାଜଧାନୀରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ । ଭିଡ଼ିଓ ଜାରି କରି ସତର୍କ କରାଇଲା କମିଶନରେଟ ।
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି 'ଜମତରା' ଗ୍ୟାଙ୍ଗ । ଭିଡ଼ିଓ ଜାରି କରି ସତର୍କ କରାଇଲା କମିଶନରେଟ । ସାଇବର ଅପରାଧ ଗଡ କୁହାଯାଉଥିବା ଝାଡ଼ଖଣ୍ଡର ଜମତରାର ଏକ ଗ୍ୟାଙ୍ଗ ଏବେ ରାଜଧାନୀ ଭୁବନେଶ୍ବରରେ ଆକ୍ଟିଭ ହୋଇଥିବା ସୂଚନ ମିଳିଛି । ତେଣୁ ଏମାନଙ୍କଠୁ ଦୂରେଇ ରହିବା ପାଇଁ ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି କମିଶନରେ ପୋଲିସ ।

ତେବେ ଏମାନେ ବେକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟରେ ରଖିଛନ୍ତି । ସେମାନଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କରି ଲୋକଙ୍କ ପାଖରେ ପହଞ୍ଚି ଟଙ୍କା ହଡପ କରିବାର ଉଦ୍ୟମ କରୁଛନ୍ତି । ଆଗକୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଜାଲ ବିଛାଇ ଠକ ଲୁଟିବା ଯୋଜନା ରହିଥିବା ଜଣାପଡ଼ିଛି । ଠକଙ୍କ ଅପରେସନର ଏକ ଭିଡ଼ିଓ ଜାରି କରି ଏଭଳି ଢ଼ଙ୍ଗରେ ଆସୁଥିବା ଫୋନ କଲ ଠାରୁ ଦ୍ୱରରେ ରହିବାକୁ ପରାମର୍ଶ ଦେଇଛି ପୋଲିସ ।
ଭିଡ଼ିଓ ଦେଖିବାକୁ ମିଳିଛି ଜଣେ ଠକ ନିଜକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ ବୋଲି ପରିଚୟ ଦେଇ ଫୋନରେ ଜଣେ ଗ୍ରାହକଙ୍କ ନିକଟକୁ କଲ୍ କରି ଏଟିଏମ୍ କାର୍ଡରେ ଥିବା ୧୬ ଟିକିଆ ନମ୍ବର ମାଗୁଛନ୍ତି । ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକରଉଂଟ ଖୋଲାଯାଇଥିବା ବେଳେ ଦିଆଯାଇଥିବା ଜନ୍ମ ତାରିଖ ଓ ମାସ ଏବଂ ଏଠିଏମ୍ କାର୍ହରେ ଥିବା ତଥ୍ୟ ସହ ମେଳ ଖାଉ ନଥିବା କହୁଛି ଠକ । ଏଟିଏମ୍ କାର୍ଡରେ ଲେଖାଥିବା ନମ୍ବର ନଦେଲେ ଉଭୟ କାର୍ଡ ଓ ଆକାଉଂଟକୁ ବନ୍ଦ କରି ଦିଆଯିବାର ଧମ ଦେଉଛି । ଗ୍ରାହକ ଠକ କଥାରେ ସନ୍ଦେହ ପ୍ରକାଶ କରି ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ।












Click it and Unblock the Notifications