ଡାଏଲ କରନ୍ତୁ ଏହି ନମ୍ବର, ଧରାପଡିବେ ସାଇବର ଅପରାଧି
କମିଶନରେଟ୍ ପୋଲିସ ପକ୍ଷରୁ ସାଇବର ଅପରାଧିଙ୍କୁ ଧରିବା ପାଇଁ ସହାୟତା ନମ୍ବର ଜାରି କରାଯାଇଛି ।
ଭୁବନେଶ୍ବର: କମିଶନରେଟ୍ ପୋଲିସ ପକ୍ଷରୁ ସାଇବର ଅପରାଧିଙ୍କୁ ଧରିବା ପାଇଁ ସହାୟତା ନମ୍ବର ଜାରି କରାଯାଇଛି । ଏହି ନମ୍ବରରେ କଲ୍ କରିବା ମାତ୍ରେ ସାଇବର ଅପରାଧିଙ୍କୁ ଧରିବ କମିଶନରେଟ୍ ପୋଲିସ ।
କେବଳ ସେତିକି ନୁହେଁ ସେମାନଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ମୋବାଇଲ୍ ପର୍ଯ୍ୟନ୍ତ ସବୁ ବ୍ଲକ କରିଦେବ ପୋଲିସ । ଟୁଇନ ସିଟିରେ ବଢୁଥିବା ସାଇବର ଅପରାଧ ପାଇଁ କମିଶନରେଟ୍ ପୋଲିସ ତାର ଆଭିମୁଖ୍ୟକୁ କଡା କରିଛି । ଲୋକମାନଙ୍କୁ ଭକୁଆ ବନାଇ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଉଯାଉଥିବା ସାଇବର ଅପରାଧିମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ଆରମ୍ଭ କରିଛି ଅପରେସନ । ଏହି ପରିପ୍ରେକ୍ଷିରେ ଆଜି ଏହ ସହାୟତା ନମ୍ବର ବା ହେଲ୍ପ ଲାଇନ୍ ଜାରି କରିଛି କମିଶନରେଟ୍ ପୋଲିସ । ନମ୍ବରଟି ହେଲା 7440006709 ।

ଟୁଇନ୍ ସିଟିରେ ରହୁଥିବା ନାଗରିକମାନେ ଏହି ନମ୍ବରରେ କଲ୍ କରି ସେମାନଙ୍କ ସାଇବର ଠକେଇ ନେଇ ଅଭିଯୋଗ କରିପାରିବେ । ତେବେ ଠକେଇର ଶିକାର ହେବାର ଗୋଟିଏ ଘଣ୍ଟା ମଧ୍ୟରେ ଏଥିରେ ଯୋଗାଯୋଗ କରିବାକୁ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଜାରି ହୋଇଥିବା ନମ୍ବରକୁ କଲ୍ କରିବା ମାତ୍ରେ ଠକଙ୍କ ନମ୍ବରକୁ ବ୍ଲକ୍ କରାଯିବ । ଠକେଇ ଟଙ୍କା କେଉଁ ଆକାଉଣ୍ଟକୁ ଯାଉଛି ତାକୁ ଧରିବ ପୋଲିସ ।
ସାଇବର ଅପରାଧକୁ ରୋକିବା ଦିଗରେ ପୁଲିସ ପକ୍ଷରୁ ଏଥିପାଇଁ ଜଣେ ସବଇନସ୍ପେକ୍ଟର ଓ 7 ଜଣ କନଷ୍ଟେବଳ ନିୟୋଜିତ ହୋଇଥିବା କହିଛନ୍ତି ସୁଧାଂଶୁ । ଏଠାରେ ସୂଚନାଥାଉକି, 10 କୋଟି ଭାରତୀୟଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡ ତଥ୍ୟ ଲିକ୍ ହୋଇଛି । ଏମାନଙ୍କ ମଧ୍ୟରୁ ଆଗାମୀ ଭବିଷ୍ୟତରେ ଅନେକ ଠକାମିର ଶିକାର ହୋଇ ପାରନ୍ତି । କିମ୍ବା ସେମାନଙ୍କ ଆକାଉଣ୍ଟରୁ ପାଳି ପାଳି କରି ଟଙ୍କା ଗାୟବ ହୋଇପାରେ । ଏହି କାରଣରୁ ପୋଲିସ ଲୋକଙ୍କୁ ଆଗୁଆ ସତର୍ତ କରାଇଛି ବୋଲି କୁହାଯାଇଛି ।












Click it and Unblock the Notifications