ଝାରପଡ଼ା ଜେଲରେ କମିଶନରେଟ୍ ପୁଲିସର ରେଡ୍; ଗାଙ୍ଗୱାର ପରେ ଡିସିପିଙ୍କ ନେତୃତ୍ୱରେ ରେଡ୍

ଝାରପଡ଼ା ଜେଲରେ କମିଶନରେଟ୍ ପୁଲିସର ରେଡ୍ । ଭୁବନେଶ୍ୱର ଝାରପଡ଼ା ଜେଲରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ରେଡ୍ ହୋଇଛି । ଜେଲରେ ଗାଙ୍ଗୱାର ପରେ ଡିସିପିଙ୍କ ନେତୃତ୍ୱରେ ରେଡ୍ ହୋଇଛି ।

ଡିସିପିଙ୍କ ନେତୃତ୍ୱରେ ୬ ଜଣ ଏସିପି, ୫ ଜଣ ଆଇଆଇସି ସହିତ ଏକ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି । ଜେଲର ପ୍ରତ୍ୟେକ ସେଲରେ ଛାନଭିନ୍ କରିଛି ସ୍ପେଶାଲ ଟିମ୍ ।

ରେଡ୍ ନେଇ ଡିସିପି କହିଛନ୍ତି ଯେ, ଜେଲରୁ ବିଶେଷ କିଛି ଆପତ୍ତିଜନକ ସାମଗ୍ରୀ ମିଳିନାହିଁ । କମନ୍ ଏରିଆରୁ କିଛି ଗଂଜେଇ, ବିଡ଼ି, ସିଗାରେଟ ଓ ଲାଇଟର୍ ମିଳିଛି । କେମିତି ଏପରି ସାମଗ୍ରୀ ଜେଲ ଭିତରକୁ ନ ଆସିବ, ସେଥିପାଇଁ ଜେଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଛି ।

Jharpada Jail

ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିବା ସୂଚନା ମିଳିଥିଲା। ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ
ହୋଇଥିଲା। ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ ବିଭାଗ।

ଜଣେ କଏଦୀଙ୍କ ଉପରେ ୩ ଜଣ କଏଦୀ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୪ରୁ ଅଧିକ କଏଦୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ବିଚାରଧିନ କଏଦୀଙ୍କ ଆଖି ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତ କିଛି ମାସ ହେବ ଜେଲରେ ମାରପିଟି ବଢିଛି । ଜେଲ ଭିତରକୁ ନିଶା ଦ୍ରବ୍ୟ ପ୍ରବେଶ କରୁଥିବାରୁ ଏଭଳି ଗଣ୍ଡଗୋଳ ହେଉଥିବା ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+