ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ, ଭଙ୍ଗାଗଲା ଦେଶୀ ମଦ ଭାଟି
ସାଲିଆ ସାହି ବସ୍ତିରେ ବଡ଼ ଧରଣର ରେଡ୍ । ଡିସିପିଙ୍କ ନେତୃତ୍ୱରେ ଏହି ରେଡ କରାଯାଇଛି । ପୂଜା ପାର୍ବଣକୁ ଆଖିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏହି ଚଡାଉ କରାଯାଉଛି ।
ଭୁବନେଶ୍ୱର: ସ୍ଥାନୀୟ ସାଲିଆ ସାହି ବସ୍ତିରେ ବଡ଼ ଧରଣର ରେଡ୍ । ଡିସିପିଙ୍କ ନେତୃତ୍ୱରେ ଏହି ରେଡ କରାଯାଇଛି । ପୂଜା ପାର୍ବଣକୁ ଆଖିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏହି ଚଡାଉ କରାଯାଉଛି । ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି ।

ତେବେ ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଏହି ଚଢାଉ ହୋଇଛି । ବସ୍ତିରେ ବିଭିନ୍ନ ଘରେ ଦେଶୀ ମଦ ଭାଟି ଠାବ କରିବା ସହିତ ଏହାକୁ ନଷ୍ଟ କରିଛି ପୋଲିସ୍ । ବସ୍ତିରେ ବ୍ୟାପକ ଭଙ୍ଗାରୁଜା ପୁଲିସ କରିଛି । ତେବେ ଏଠାରେ ବହୁ ଲୋକ ବାହାରୁ ଆସି ପରିଚୟ ଗୋପନ ରଖି ରହୁଥିବା ସନ୍ଦେହ କରିଛି ପୋଲିସ ।
ଚଢ଼ାଉ ପରେ ଭୁବନେଶ୍ୱର ସାଲିଆସାହିରେ ସ୍ପେଶାଲ ଡ୍ରାଇଭ ନେଇ DCP ପ୍ରତୀକ ସିଂ ସୂଚନା ଦେଇଛନ୍ତି । ପାର୍ବଣ ଋତୁକୁ ନେଇ ସ୍ପେଶାଲ ଡ୍ରାଇଭ୍ ଚାଲିଛି । ୨ ବର୍ଷ ପରେ ପୂଜା ପାଳନ ହେଉଥିବାରୁ ଅସୁବିଧା ନହେବା ଲକ୍ଷ୍ୟ ଚଢ଼ାଉ କରାଯାଉଛି । ଅପମିଶ୍ରିତ କରି ମଦ ପ୍ରସ୍ତୁତ କରାଯାଉଥିବାରୁ ସ୍ୱାସ୍ଥ୍ୟ ଖରାପ କରୁଛି । ତେଣୁ ଯେଉଁସବୁ ଘରେ ରେଡ୍ ହେଉଛି ଭାଙ୍ଗିବା ପାଇଁ BMC କୁ ଲେଖିବା ପାଇଁ ସେ କହିଛନ୍ତି ।












Click it and Unblock the Notifications