ଆସୁଛନ୍ତି ମୋଦୀ, ଭୁବନେଶ୍ୱର ପାଇଁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ୍ ପୋଲିସ

ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ୧ ବର୍ଷ ପୂରଣ ଉପଲକ୍ଷେ ଭୁବନେଶ୍ୱରର ଜନତା ମଇଦାନରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି ହୋଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ରୋଡ଼ ଶୋ' କାର୍ଯ୍ୟକ୍ରମ ରହିଛି । ଭିଆଇପି/ଭିଭିଆଇପି ମାନଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଭୁବନେଶ୍ବର-କଟକ ପାଇଁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Commissionerate Police

କଟକ ପଟୁ ଆସୁଥିବା ବସ୍‌ ରସୁଲଗଡ଼ ରେଳୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ୍ ରୋଡ୍‌ରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକରୁ ଡାହାଣ ପଟେ ଆପୋଲ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା ଦେଇ ଜନତା ମଇଦାନକୁ ଯିବ ।

ଖୋର୍ଦ୍ଧା ପଟୁ ଆସୁଥିବା ବସ୍‌ ଗୁଡିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍‌ର ସର୍ଭିସ୍ ରୋଡ୍‌ରେ ଆଚାର୍ଯ୍ୟ ବିହାର ଛକରୁ ବାମ ପଟେ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା, ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା, ରେଲଓ୍ବେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍‌ରେ ପାର୍କିଂ କରିପାରିବେ ।

ନନ୍ଦନକାନନ ପଟୁ ଆସୁଥିବା ବସ୍ ଗୁଡିକ ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ରାସ୍ତାରେ ଏକ ଲାଇନ୍‌ରେ ପାର୍କିଂ କରିପାରିବେ ।

ପୁରୀ ପଟୁ ଆସୁଥିବା ବସ୍‌ କଳ୍ପନା ଛକ, ରାଜମହଲ ଛକ ବାମ ପଟେ ଶିଶୁଭବନ ଛକ ଡାହାଣ ପଟେ ଶିଶୁଭବନ ଛକ ଠାରୁ କ୍ୟାପିଟାଲ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ଲାଇନ୍‌ରେ ପାର୍କିଂ କରିପାରିବେ ।

ଏହା ବ୍ୟତୀତ ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ପିତାପଲ୍ଲୀ ଛକଠାରୁ ଚନ୍ଦକା ରାସ୍ତା ଦେଇ କଟକ ଆଡକୁ ଯାଇପାରିବ । କଟକ ପଟୁ ଭାରୀଯାନ ବାଲିକୁଦା ଛକଠାରୁ ତ୍ରିଶୁଳିଆ ଛକ ଦେଇ ପିତାପଲ୍ଲୀ ଛକ ଆଡକୁ ଯାଇପାରିବ ।

ସେହିପରି ବିଜୁ ପଟ୍ଟନାୟକ ବିମାନବନ୍ଦର ଠାରୁ ଜନତା ମଇଦାନ ରାସ୍ତା ଭାୟା କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ ବାମ ପଟେ ରାଜଭବନ ଛକ ଡାହାଣ ପଟେ ପାଓ୍ବାର ହାଉସ୍ ଛକ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଏକ୍ସଆଇଏମବି ଛକ, ନାଲକୋ ଛକ ଏବଂ ଏହାର ସଂଯୋଗକାରୀ ରାସ୍ତାରେ ୨୦ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କିମ୍ବା କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ବ୍ୟାପକ ଟ୍ରାଫିକ୍ ଭିଡ଼ ହେବାର ଅନୁମାନ କରାଯାଉଛି । ତେଣୁ ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବା ପାଇଁ ସାଧାରଣ ଜନତାଙ୍କୁ ପୋଲିସ ଅନୁରୋଧ କରିଛି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ସୁରକ୍ଷିତ ସମାରୋହ ପାଇଁ ୩୩ ଜଣ ଏଡିସିପି, ୯୩ ଜଣ ଏସିପି, ୧୦୬ ଜଣ ଇନ୍ସପେକ୍ଟର, ୪୫୦ ଜଣ ସବ୍‌ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ପାହ୍ୟା ଅଧିକାରୀ ମୁତୟନ ହେବେ । ମୋଦିଙ୍କ ରୋଡ୍‌ ଶୋ' ବେଳେ ଟ୍ରାଫିକ୍‌ ପରିଚାଳନାକୁ ଗୁରୁତ୍ୱ ଦେଉଛି କମିଶନରେଟ୍‌ ପୋଲିସ । ୨୪ ପ୍ଲାଟୁନ୍‌ ଫୋର୍ସ ଟ୍ରାଫିକ୍‌ ପରିଚାଳନା ପାଇଁ ସଜାଗ ରହିବେ । ଏହି ରୁଟ୍‌ରେ ପଡୁଥିବା ୯୨ଟି ଲେନ୍‌ ଓ ବାଇଲେନ୍‌କୁ ବ୍ଲକ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜନତା ମଇଦାନର ସଭାସ୍ଥଳକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି । କେହି ଡ୍ରୋନ୍‌ ଉଡ଼ାଇଲେ ଗୁଳି କରି ଖସାଇ ଦିଆଯିବ । ବିମାନବନ୍ଦରରୁ ଏଜି ଛକ, ରାଜଭବନ, ଜୟଦେବ ବିହାର, ଜନତା ମଇଦାନ ରାସ୍ତାର ୨ ପାର୍ଶ୍ବରେ ପଡୁଥିବା ସପିଂ ମଲ୍‌, ଉଚ୍ଚ ଅଟାଳିକାଗୁଡି଼କୁ ଯାଞ୍ଚ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+