ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ; ରାଜଧାନୀରେ ୨ ଚେନ୍ ଲୁଟେରାଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱରରେ ଡବଲ୍ ଏନକାଉଣ୍ଟର । ୨ ଚେନ୍ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୁଲିସ । ପୁଲିସ ଗୁଳିରେ ୨ ଲୁଟେରା ଗୁରୁତର ହୋଇଛନ୍ତି । ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ବଡ଼କଥା ହେଉଛି ଏହି ଲୁଟେରା, ରାଜଧାନୀରେ ଅନେକ ଲୁଟପାଟ ଘଟାଇଥିଲେ ।

Encounter

ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏମାନଙ୍କୁ ଧରିବା ପାଇଁ ଦୀର୍ଘଦିନ ଧରି ଯୋଜନା କରୁଥିଲା କମିଶନରେଟ୍ ପୁଲିସ । ତେବେ ଗୁରୁବାର ଗୁଇନ୍ଦା ସୂଚନା ଆଧାରରେ ଉଭୟଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ । ଗିରଫ କରିବାକୁ ଗଲା ବେଳେ ପାଲଟା ଗୁଳିଚାଳନା କରିଥିଲେ ଲୁଟେରା । ଜବାବରେ ଗୁଳି ଚଲାଇଥିଲା କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ୍ । ବଡ଼ଗଡ଼ଠାରେ ଏହି ଏନକାଉଣ୍ଟର କରାଯାଇଥିଲା । ଏନକାଉଣ୍ଟରେ ଗୁରୁତର ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୋନୁ ଯାଦବ ଓ ମନିଷ ଯାଦବ । ଉଭୟଙ୍କ ଘର ବିହାରରେ ବୋଲି ସୂଚନା ଦେଇଛି ପୁଲିସ । ବର୍ତ୍ତମାନ ସେମାନଙ୍କୁ କଟକ ଏସସିବି ପଠାଯାଇଛି ।

ତେବେ ଗତ କିଛିଦିନ ଧରି ରାଜଧାନୀରେ ହୋଇଥିବା ଲୁଟ୍ ପରେ ଆକ୍ସନକୁ ଆସିଛି କମିଶନରେଟ୍ ପୁଲିସ । ଅଭିଯୁକ୍ତକୁ ଦେଖିବା ମାତ୍ରକେ ଗୁଳି କରୁଛି ପୁଲିସ । ଗୁରୁବାର ଦୁଇ ଲୁଟେରାଙ୍କୁ ଏନକାଉଣ୍ଟର ପରେ ଅପରାଧୀଙ୍କୁ ସତର୍କ କରାଇ ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+