କମିଶନରେଟ ପୋଲିସର ଜାରି କଲା ବାଣ ବିକ୍ରି ପାଇଁ ଗାଇଡଲାଇନ, ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ’
ଭୁବନେଶ୍ବର : ବାଣ ଦୋକାନ ଖୋଲିବାକୁ ଜାରି ହେଲା ଗାଇଡ ଲାଇନ । କମିସନରେଟ ପୋଲିସ ପକ୍ଷରୁ ଭୁବନେଶ୍ବରରେ ଦୋକାନ ଖୋଲିବାକୁ ହେଲେ ଗାଇଡଲାଇନକୁ ପାଳନ କରିବାକୁ ବାଧ୍ୟତାମୁଳକ କରାଯାଇଛି । ଗାଇଡଲାଇନ ମୁତାବକ ବର୍ତ୍ତମାନ ସୁଦ୍ଧା ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ।
ଏହା ସହିତ ଭୁବନେଶ୍ବର ୟୁପିଡିରେ ବାଣ ବିକ୍ରୀ ପାଇଁ ଅନୁମତି ମାଗିଥିବା ୪୬୫ ଜଣଙ୍କ ମଧ୍ୟରୁ ୨୦୦ ଦୋକାନକୁ ଅନୁମତି ପ୍ରଦାନ କରାଯାଇଛି । ଅନ୍ୟ ମାନଙ୍କୁ ମଧ୍ୟ ଖୁବଶିଘ୍ର ଅନୁମତି ଦିଆଯିବ ବୋଲି ସୁଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ଡିସିପି କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛନ୍ତି। ସେଥି ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି। କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ।
ବାଣ ଦୋକାନ ମଧ୍ୟରେ ଅତି କମ୍ରେ ୫ ଫୁଟ୍ ଦୂରତା ରହିବା ଆବଶ୍ୟକ। ବେଆଇନ ଭାବେ ଗଚ୍ଛିତ ବାଣ ଜବତ ପାଇଁ ପୁଲିସ ଚଢ଼ଉ କରୁଛି। ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୁଲିସ ଜବତ କରିଛି। ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି।

ଦୀପାବଳି ପୂର୍ବରୁ ବାଲିପାଟଣା ଅଞ୍ଚଳରେ କମିସନରେଟ ପୋଲିସ ବ୍ୟାପକ ଚଢାଉ କରାଯାଇଛି । ବାଲିପାଟଣା ଥାନାରେ ୪୫୬/୪୫୮ ରେ ଦୁଇଟି ମାମଲା ରୁଜୁ ହୋଇଛି । ୧୫୦କେଜିରୁ ଅଧିକ ଗନ ପାଉଡ଼ର ଓ ୫୦କେଜି ଡ଼ଷ୍ଟ ପାଉଡ଼ର ଜବତ ହୋଇଛି । ୨ ଜଣ ବାଣ ବେପାରୀଙ୍କୁ ଗିରଫ କରାଯାଇଛି। ଜବତ ବାଣ ସାମଗ୍ରୀ ମୂଲ୍ୟ ୩୦ଲକ୍ଷ ରୁ ଅଧିକ ଟଙ୍କା ହେବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।












Click it and Unblock the Notifications