କମିଶନରେଟ୍ ପୋଲିସକୁ ମିଳିଲା ବଡ଼ ସଫଳତା,ବନ୍ଧା ହେଲେ ବନ୍ଧୁକ ଗ୍ୟାଙ୍ଗ
କମିଶନରେଟ୍ ପୋଲିସ କବ୍ଜାରେ ବନ୍ଧୁକ ସପ୍ଲାଇ ଗ୍ୟାଙ୍ଗ, କ୍ରାଇମ ସିଣ୍ଡିକେଟ୍ ମୁଖ୍ୟ ରଶ୍ମି ସମେତ ୬ ଗିରଫ । ସୂଚନା ଅନୁସାରେ ବାଲିଅନ୍ତା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ର ରେଡ୍, ଜବତ ହେଲା ୬ଟି ବନ୍ଧୁକ , ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରଶ୍ମି ରଂଜନ ସ୍ବାଇଁ ସମେତ ଉତ୍କଳ କେଶରୀ ଖୁଣ୍ଟିଆ, ଆକାଶ ଚନ୍ଦ୍ର ଜେନା, ଚିରଞ୍ଜୀବି ଜେନା ଓରଫ ଚିକୁ, ମହମ୍ମଦ ସମସେର ଓ ସେକ ଆଜାରୁଦ୍ଦିନକୁ ଗିରଫ କରିଛି ପୁଲିସ ।

ପୁଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି, ରାତ୍ରିକାଳୀନ ଚେକିଂ ବେଳେ ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ଧରିଥିଲା କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାର୍ଡ। ଆଉ ସେମାନଙ୍କୁ ଯାଞ୍ଚ କଲାବେଳେ ସମସ୍ତଙ୍କ ପକେଟରୁ ବାହାରିଥିଲା ୬ଟି ଚୋରା ବନ୍ଧୁକ। ଏଥିରେ ମାଷ୍ଟର ମାଇଣ୍ଡ ଥିବା ରଶ୍ମି ରଂଜନ ସ୍ବାଇଁଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି ପୁଲିସ।












Click it and Unblock the Notifications