ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ବାଣିଜ୍ୟ ଓ ପରିବହନ ବିଭାଗ, ନ ମାନିଲେ କାର୍ଯ୍ୟାନୁଷ୍ଠାନ
ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ବାଣିଜ୍ୟ ଓ ପରିବହନ ବିଭାଗ। ଏନ୍ଫୋର୍ସମେଣ୍ଟକୁ କଡ଼ାକଡ଼ି କରିବାକୁ ମାର୍ଗଦର୍ଶିକାରେ ଗୁରୁତ୍ବ । ମଦ୍ୟପାନଜନିତ ଦୁର୍ଘଟଣା ରୋକିବାକୁ ପର୍ଯ୍ୟଟକଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଭରଲୋଡିଂ, ଅସୁରକ୍ଷିତ ପରିବହନ, ଯାନର ବେଆଇନ୍ ବ୍ୟବହାର କଲେ ଆକ୍ସନ। ପ୍ରମୁଖ ବଣଭୋଜି ସ୍ଥଳରେ ମୁତୟନ ହେବେ ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍। ପିକନିକ୍ ସ୍ପଟ୍ର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କରାଯିବ। ପିକନିକ୍ ବାହାରୁଥିବା ଗାଡ଼ିଗୁଡ଼ିକ RTOଙ୍କ ଠାରୁ ପରମିଟ୍ ନେବା ଆବଶ୍ୟକ। ପିକନିକ୍ ଯାଉଥିବା ଗାଡ଼ିରେ ସମସ୍ତ ଡକ୍ୟୁମେଣ୍ଟ ରହିବା ଜରୁରୀ। କୁହୁଡ଼ିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସଚେତନତା ଗ୍ରହଣ କରାଯିବ।

ଅନୁଗୁଳ, ବାଲେଶ୍ବର, ତାଳଚେର ଭୁବନେଶ୍ଵରରେ AQI ଅଧିକ ରହୁଛି । ଭୁବନେଶ୍ୱର ଅବସ୍ଥା ବିପଦଜନକ। ଲୋକେ ସଚେତନ ହେବା ଆବଶ୍ୟକ। ପଦକ୍ଷେପ ନେବାକୁ ରାଜ୍ୟରେ ପ୍ରଦୂଷଣ ବଢିବା ପରେ ପରିବହନ ବିଭାଗକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଏତିକି ପଦକ୍ଷେପ ବି ଯଥେଷ୍ଟ ନୁହେଁ। ଲୋକେ ସତର୍କ ରହିବାକୁ ପଡିବ । ଖୁବଶୀଘ୍ର ଅର୍ବାନ, ଇଣ୍ଡଷ୍ଟ୍ରି, ପରିବହନ ବିଭାଗ, ଶିଳ୍ପ ବିଭାଗ ସହ ସମନ୍ୱୟ ବୈଠକ ବସିବ। ଖଣି ଅଞ୍ଚଳରେ ୱାଟର ସ୍ପ୍ରୀଙ୍କଲାର ସଠିକ ଭାବେ କାମ କରୁଛି ନା ନାହିଁ ତଦନ୍ତ ହେବା ଆବଶ୍ୟକ ରହିଛି। ସଠିକ ଭାବେ ଏସ୍ଓପି ପାଳନ ହେଉଛି ନା ନାହିଁ ତର୍ଜମା କରିବାକୁ ନିର୍ଦ୍ଦେଶ ରହିଛି ।












Click it and Unblock the Notifications