ବିଜେଡିର ବନ୍ଦ ଡାକରା: ସରକାର ନେଲେ ବଡ଼ ନିଷ୍ପତ୍ତି,କାଲି ସାଢ଼େ ୯ ପୂର୍ବରୁ ଲୋକସେବା ଭବନ ଆସ !

ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଓଡ଼ିଶା ଉଠୁଛି ପଡୁଛି। ଏହି ଘଟଣାର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆସନ୍ତାକାଲି, ବାଲେଶ୍ୱରରେ ଆଠ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ଏଥିସହ ବିଜେଡି ଲୋକସେବା ଭବନ ମଧ୍ୟ ଘେରାଉ କରିବ।

ବିଜେଡି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀ ସକାଳ ୯ଟା ୩୦ ମିନିଟ ସୁଦ୍ଧା କାର୍ଯ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସାଢ଼େ ୯ଟା ପରେ ବନ୍ଦ ରହିବ ଲୋକସେବା ଭବନ ଫ୍ରଣ୍ଟ ଗେଟ୍ । ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନକର୍ମଚାରୀଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରବେଶ ସମୟରେ ପରିଚୟ ପତ୍ର ଏବଂ ପାସ୍ ବାଧ୍ୟତାମୂଳକ ।

Lok Seva Bhavan

ଫକୀର ମୋହନ ସ୍ୱୟଂଶାସିତ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡି ଆସନ୍ତା କାଲି ବାଲେଶ୍ୱର ବନ୍ଦ ଡାକରା ଦେଇଛି । ଜରୁରୀକାଳିନ ସେବାକୁ ଛାଡ଼ିଦେଲେ ଜିଲ୍ଳାରେ ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ ସବୁ ବନ୍ଦ ରହିବ । ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିରୋଧୀ ବିଜେଡି ବନ୍ଦ ଡାକରା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+