ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ କଲେଜ ପ୍ରିନ୍ସିପାଲ୍

ନୟାଗଡ଼ : ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି।

odisha vigilane

ନିଳିନୀ ରଂଜନ ଭୁୟା ନୟାଗଡ଼ ଜିଲ୍ଲା ଦଧିବାମନ ଜିଉ ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଛନ୍ତି। ଏହି କଲେଜରେ ତାଙ୍କର ଜଣେ ସହକର୍ମୀଙ୍କ ୫ ଲକ୍ଷ ଟଙ୍କା ଏରିୟର ପାଇବାର ଅଛି। ଏହି ଏରିୟର ଟଙ୍କା ପାଇବା ପାଇଁ ସହକର୍ମୀ ଜଣକ ଶ୍ରୀ ଭୂୟାଙ୍କୁ ବହୁବାର ଅନୁରୋଧ କରିଥିଲେ। ଶେଷରେ ଶ୍ରୀ ଭୂୟା ୧ ଲକ୍ଷ ଟଙ୍କା ଦେଲେ କାମ ହୋଇଯିବ କହିଥିଲେ।

ଶ୍ରୀ ଭୂୟାଙ୍କୁ ଆଜି ସହକର୍ମୀ ଜଣକ ୧ ଲକ୍ଷ ଟଙ୍କା ଦେବାର ଅଳ୍ପ ସମୟ ପରେ ଭିଜିଲାନ୍ସ ପହଞ୍ଚି ଥିଲା। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଲାଞ୍ଚ ଭାବରେ ନିଆଯାଇଥିବା ୧ ଲକ୍ଷ ଟଙ୍କା ଜବତ କରିଥିଲେ। ଶ୍ରୀ ଭୂୟା ଟଙ୍କା କେଉଁଠାରୁ ଆସିଲା ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହା ପରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+