ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ; ଅଧ୍ୟାପକଙ୍କୁ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ ଦେବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ୍
ସମ୍ପୂର୍ଣ୍ଣ ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ । କ୍ୟାମ୍ପସକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି । ଶିକ୍ଷକମାନଙ୍କୁ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ ଦେବାକୁ ସୁପାରିସ୍ ହୋଇଛି । ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।
ତେବେ କେବଳ ଛାତ୍ରଛାତ୍ରୀ ନୁହେଁ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଏଣିକି ଦାଖଲ କରିବେ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ୍। ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ଏ ନେଇ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତିକୁ ୬୬୨ କଲେଜ ଅଧ୍ୟକ୍ଷ ସଂଘ ସ୍ୱାଗତ କରିଛି ।
କିଛି ଦିନ ତଳେ UGC ଛାତ୍ରଛାତ୍ରୀଙ୍କୁ Anti Drug Declaration ଦେବାଲାଗି ଦେଶର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଥିଲା। ରାଜ୍ୟ ସରକାର ଏହାକୁ ଲାଗୁ କରିଛନ୍ତି । ନୂଆ ନିୟମ ଅନୁସାରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଆଣ୍ଟି ଡ୍ରଗ ଡିକ୍ଲାରେସନ ଦେବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛି । ଏହାଦ୍ୱାରା କଲେଜ ବା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିଶା ମୁକ୍ତ ହୋଇପାରିବ ।

ଆଜି ବିଧାନସଭାରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ବସିଥିଲା। କଲେଜ କ୍ୟାମ୍ପସକୁ ନିଶା ମୁକ୍ତ କରିବା ପାଇଁ ସୁପାରିଶ କରାଯାଇଥିଲା । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ଵବିଦ୍ୟାଳୟରେ ଏହି ନିୟମ ଲାଗୁ କରାଯିବ ।
ବିଧାନସଭା ଷ୍ଟାଣ୍ଡିଂ କମିଟିର ଏପରି ସୁପାରିଶକୁ ନେଇ ୬୬୨ କଲେଜ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି, ଐତିହାସିକ ନିଷ୍ପତ୍ତି କ୍ରମେ ଅଧ୍ୟାପକ ଓ ଅଧ୍ୟାପକମାନେ ଆଣ୍ଟି ଡ୍ରଗ ଡିକ୍ଲାରେସନ ଦେବେ। ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।












Click it and Unblock the Notifications