ଆଇସିସି କମିଟି ନ କଲେ କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ: ଉପମୁଖ୍ୟମନ୍ତ୍ରୀ
କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି ଗଠନ କରାଯିବାକୁ ଟାର୍ଗେଟ୍ ରଖାଯାଇଛି । ଆଇସିସି କମିଟି ନ କଲେ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ। ଯେଉଁମାନେ ଭୁଲ ଅଭିଯୋଗ କରୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ପୁନଃ ଆବେଦନ ଅନାବଶ୍ୟକ। ଆଉ ପୁନର୍ବାର ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ ନାହିଁ । ତଥ୍ୟ ଯାଞ୍ଚ ଚାଲିଛି, ଯୋଗ୍ୟ ହେଲେ ସୁଭଦ୍ରା ଟଙ୍କା ଦେବେ ସରକାର । କାଲି ସୁଦ୍ଧା ୭ ହଜାର ହିତାଧିକାରୀଙ୍କ ମତାମତ ସଂଗ୍ରହ ହୋଇସାରିଛି । ମାସେ ଭିତରେ ୨୨ ହଜାର ହିତାଧିକାରୀଙ୍କ ମତାମତ ଆମର ଟାର୍ଗେଟ ରହିଛି । ଆହୁରି ୧୮ ଦିନ ସମୟ ଅଛି, ଠିକ ସମୟରେ ଟାର୍ଗେଟ ପୂରା ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ । ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ ।
ସୂଚନାନୁସାରେ ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ଣ୍ଣ ଭରିଛି ତ ଆଉ କିଏ ଗାଡ଼ି କିଣିଥିବା ଜଣା ପଡିଛି । ଏହାର ସର୍ଭେ ହେବ, ତଥ୍ୟ ସଠିକ ଥିଲେ ଆଉ ସୁଭଦ୍ରା ଟଙ୍କା ମିଳିବ ନାହିଁ ବୋଲି କହିଛନ୍ତି ପ୍ରଭାତୀ ପରିଡା । ଏପରିକି କି ୯୩ ହଜାର ମହିଳା ଯାହାଙ୍କୁ ୬୦ ବର୍ଷ ହୋଇଛି ସେମାନେ ସିଧାସଳଖ sspd ଜରିଆରେ ଭତ୍ତା ପାଇଁ ବିବେଚିତ ହୋଇଛନ୍ତି ।












Click it and Unblock the Notifications