ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ହ୍ରାସ ପାଇବ ଶୀତ, ରାତିରେ ବଢ଼ିବ ତାତି
ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାତିରେ ଶୀତ କ୍ରମଶଃ ହ୍ରାସ ପାଇବ। ଏହା ପରେ ପାରଦ ଉପରକୁ ଉଠିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରବିବାର ରାତିରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇ ଥିବାବେଳେ ରାଉରକେଲାରେ ୯.୧, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ୧୦.୬ ଡିଗ୍ରୀ, ଭବାନୀପାଟଣାରେ ୧୧ ଡିଗ୍ରୀ, ରାୟଗଡ଼ା, ସୋନପୁର, କୋରାପୁଟ, ଢ଼େଙ୍କାନାଳ, ବାରିପଦା, କେନ୍ଦୁଝର, ତାଳଚେରରେ ପାରଦ ୧୨ରୁ ୧୩ ଡିଗ୍ରୀ ମଧ୍ୟରେ ରହିଥିଲା। ସେହିପରି ଦିନ ସମୟରେ ତାପମାତ୍ରା ୨୯ରୁ ୩୧ ଡିଗ୍ରୀ ମଧ୍ୟରେ ରହିଥିଲା। ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଆଗାମୀ ୩ ଦିନ ମଧ୍ୟରେ ରାତି ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ।













Click it and Unblock the Notifications