୧୧ ରୁ ସାରା ରାଜ୍ୟରେ ବଢ଼ିବ ଶୀତର ଲହରୀ
ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଏହିଭଳି ଭାବେ ଶୀତ ପ୍ରକୋପ ଲାଗି ରହିବ। ୧୧ ତାରିଖରୁ ସାରା ରାଜ୍ୟରେ ଶୀତ ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀକୁ ଖସିଛି। ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ରାତି ତାପମାତ୍ରା ୧୫ଡିଗ୍ରୀ ଥିବାବେଳେ କୋରାପୁଟ ୧୫.୪, ଝାରସୁଗୁଡ଼ା ୧୭.୮, କେନ୍ଦୁଝର ୧୭.୪, ସୁନ୍ଦରଗଡ଼ ୧୯, ଅନୁଗୋଳ ୧୮, ରାଉରକେଲା ୧୮.୨, ବାରିପଦା ୧୯.୮, ଭୁବନେଶ୍ବର ୨୦.୮ ଏବଂ କଟକରେ ୨୦.୨ ଡିଗ୍ରୀ ରହିଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ।













Click it and Unblock the Notifications