ଆଗାମୀ ୩-୪ ଦିନ ଜାରି ରହିବ ଶୀତ ଲହରି; ୧୦ ଡିଗ୍ରୀ ତଳେ ୪ଟି ସହରରେ ସର୍ବନିମ୍ନ ତାପମାତ୍ରା
ଆଗାମୀ ୩-୪ ଦିନ ଜାରି ରହିବ ଶୀତ ଲହରି । ୧୦ ଡିଗ୍ରୀ ତଳେ ୪ଟି ସହରରେ ସର୍ବନିମ୍ନ ତାପମାତ୍ରା।
ତଳମୁହାଁ ପାରଦ। ଶୀତରେ ଥରୁଛି ରାଜଧାନୀ ଭୁବନେଶ୍ବର। ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ। ଗତକାଲି ସକାଳ ୫ଟା ୩୦ ସୁଦ୍ଧା ତାପମାତ୍ରା ଥିଲା ୧୪.୮ ଡିଗ୍ରୀ।

ଆଭ୍ୟନ୍ତରୀଣରୁ ନେଇ ଉପକୂଳ, ପଶ୍ଚିମରୁ ନେଇ ଦକ୍ଷିଣ ଓଡ଼ିଶା ସବୁଠି ଶୀତର ଲହରୀ ଦେଖିବାକୁ ମିଳୁଛି । ଆଗାମୀ 2 ଦିନ ଯାଏଁ ଏଭଳି ସ୍ଥିତି ଜାରି ରହିବ । ପରେ ତାପମାତ୍ରା 2-3 ଡିଗ୍ରୀ ବଢ଼ିବା ସହ ଶୀତର ପରିମାଣ ସାମାନ୍ୟ ହ୍ରାସ ପାଇବ । ତଥାପି ପଶ୍ଚିମ ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । 3 ଜିଲ୍ଲାକୁ 2 ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ପ୍ରବଳ ଶୀତ ୱାର୍ଣ୍ଣିଂ:
ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ, ଆଗାମୀ 2 ଦିନ 3 ଜିଲ୍ଲାରେ ଥଣ୍ଡା ବଢ଼ିବା ସହ ପ୍ରବଳ ଶୀତ ପଢ଼ିବ । ଏଥିପାଇଁ କନ୍ଧମାଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 2 ଦିନ ପରେ ତାପତାତ୍ରା 2-3 ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର:
ସେପଟେ ଶ୍ରୀଲଙ୍କା ଉପକୂଳ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ତାମିଲନାଡୁ ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ରୟାଲସୀମାରେ ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନଥିବା ବେଳେ କିଛି ସ୍ଥାନରେ ପାଗ ମେଘୁଆ ରହିପାରେ ।
ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପପାତ୍ରା 20 ଡିଗ୍ରୀ ତଳେ ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଇଏମଡିର ଆକଳନ 'ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗାମୀ 20 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ । ଚଳିତ ସପ୍ତାହରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।' ଫୁଲବାଣୀ ଓ ଝାରସୁଗୁଡ଼ାରେ ତାପମାତ୍ରା 10 ଡିଗ୍ରୀ ସେଲସିୟସ ତଳେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
20 ତାରିଖ ଯାଏଁ ପାଗରେ ନାହିଁ ପରିବର୍ତ୍ତନ: ପାଣିପାଗ ବିଜ୍ଞାନୀ
ପାଣିପାଗ ବିଜ୍ଞାନୀ ଡ. ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନା ଅନୁଯାୟୀ, " 20 ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । ବର୍ଷା ନେଇ କୌଣସି ଆଲର୍ଟ ଜାରି କରାଯାଇ ନାହିଁ । ଆଗାମୀ 3 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ଦେଖାଯିବ ନାହିଁ । 20 ତାରିଖ ପରେ 2ରୁ 4 ଡିଗ୍ରୀ ତାପମାତ୍ରା ଖସିବାର ସମ୍ଭାବନା ରହିଛି ।"












Click it and Unblock the Notifications