ଦୁଇ ଦିନପରେ କମିବ ରାଜ୍ୟରେ ଶୀତ, ୫ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କ ସୂଚନା ଜାରି
ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ରହିବ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧାରେ ଅଧିକ ଶୀତ ରହିବ । ସୁନ୍ଦରଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ କୋରାପୁଟରେ ପ୍ରବଳ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବୁଧବାର ଝାରସୁଗୁଡ଼ା, ଫୁଲବାଣୀ ଓ ରାଉରକେଲାରେ ରାତି ତାପମାତ୍ରା ୬ ଡିଗ୍ରୀ ରହିପାରେ । ଅନୁଗୁଳରେ ୭, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରହିପାରେ । ଢେଙ୍କାନାଳ, ବାରିପଦା, ବଲାଙ୍ଗୀର ଓ ଭବାନୀପାଟଣାରେ ୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି କୁହାଯାଇଛି ।
ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ୬ ଡିଗ୍ରୀ ରହିପାରେ ବୋଲି ଆକଳନ ରହିଛି। ଜି ଉଦୟଗିରିରେ ପାରଦ ୪.୬ ଡିଗ୍ରୀ ଥିଲା । ଫୁଲବାଣୀ ଓ ରାଉରକେଲାରେ ୭.୧, ଝାରସୁଗୁଡ଼ାରେ ୭.୨, ଦାରିଙ୍ଗବାଡ଼ିରେ ୮, ସିମିଳିଗୁଡ଼ାରେ ୮.୧, ଅନୁଗୁଳରେ ୮.୮, କେନ୍ଦୁଝରରେ ୯.୪, ସୁନ୍ଦରଗଡ଼ରେ ୯.୬, ବଲାଙ୍ଗୀରରେ ୧୦.୫ ଡିଗ୍ରୀ ରେକର୍ଡ ହୋଇଥିଲା । ରାଉରକେଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଏଠାରେ ଦୃଶ୍ୟମାନ ଦୂରତା ୫୦ମିଟରରୁ କମ୍ ରହିଥିଲା । ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ରହିଥିଲା ।
-
ତହସିଲ୍ଦାରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ ; ନଗଦ ୨ ଲକ୍ଷ ଟଙ୍କା ସହ, ୨ଟି ବହୁତଳ କୋଠା ଠାବ -
ଖୁସିଖବର: ୩୦ଟି ଜିଲାରେ ହେବ MSME ଇ-ପାର୍କ -
ଆଜି ବଜେଟ୍ ଅଧିବେଶନର ୩ୟ ଦିନ, ରହିଛି ଏକାଧିକ ବିଭାଗର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ -
ରାଜଧାନୀରେ ଗ୍ୟାସ୍ ଟେନସନ, LPG ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ୍ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ନୀତି ବିଭ୍ରାଟ, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ -
ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା -
ରାଜ୍ୟସଭା ନିର୍ବାଚନ; ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି, ଜାଣନ୍ତୁ ଓଡ଼ିଶା ପାଇଁ କାହାକୁ ମିଳିଲା ଦାୟିତ୍ୱ -
ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ -
ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ -
ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ , ସ୍ଵାଭାବିକ ଚାଲିଛି ପ୍ରଶ୍ନକାଳ -
ମୁହାମୁହିଁ ହେବେ ଶାସକ- ବିରୋଧୀ, ଆଜିଠୁ ପୁଣି କମ୍ପିବ ବିଧାନସଭା











Click it and Unblock the Notifications