ରାଜ୍ୟରେ ଜାରି ରହିଛି ଶୀତ ଲହରି, ସୁନ୍ଦରଗଡ଼ର କିରେଇ ସବୁଠୁ ଥଣ୍ଡା ସ୍ଥାନ

ଭୁବନେଶ୍ୱର:ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ତଳ ମୁହାଁ ହେବାରେ ଲାଗିଛି ପାରଦ । ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ବିଳମ୍ବରେ ହେଉ ପଛେ, ସାରା ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହୋଇଛି । ସକାଳ ବେଳା ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ବେଳେ ଭୀଷଣ ଜାଡ଼ ମାଡ଼ିଆସୁଛି ।

କୋହଲା ପବନ ସାଙ୍ଗକୁ ତାପମାତ୍ରାରେ ଅଚାନକ ହ୍ରାସ କାରଣରୁ ଶନିବାର ରାଜ୍ୟବାସୀ ଶୀତରେ ଥରିଛନ୍ତି । ୬ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଅନେକ ସହରର ତାପମାତ୍ରା ୧୫ ଡିଗ୍ରୀଠାରୁ କମ୍ ଅଛି । ସୁନ୍ଦରଗଡ଼ କିରେଇରେ ସବୁଠୁ ଥଣ୍ଡା ସ୍ଥାନ ହୋଇଥିବା ବେଳେ ଏଠାରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ ରେକର୍ଡ କରାଯାଇଚି ।

winter

ଦ୍ୱିତୀୟରେ ୮.୪ ଡିଗ୍ରୀ ସହ ରହିଛି କନ୍ଧମାଳର ଜି. ଉଦୟଗିରି । ସେହିପରି ଫୁଲବାଣୀରେ ୮.୫ଡିଗ୍ରୀ, କୋରାପୁଟରେ ୯.୫ଡିଗ୍ରୀ, ଭଦ୍ରକର ରାଣୀତାଲରେ ୯.୬ଡିଗ୍ରୀ, ରାଉରକେଲାରେ ୯.୮ଡିଗ୍ରୀ ରହିଛି । ସେହିପରି ସମ୍ୱଲପୁର ଚିପିଲିମା, ଅନୁଗୋଳ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳର ଦାରିଙ୍ଗିବାଡ଼ିରେ ୧୦ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ତାପମାତ୍ରା ୧୦.୨ଡିଗ୍ରୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+