ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା, କୋହଲା ପବନ ସାଙ୍ଗକୁ ମେଘୁଆ ପାଗ ଅକ୍ତିଆର କରିଛି ମାର୍ଗଶିର ଗୁରୁବାରକୁ
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବହୁ ଜିଲ୍ଲାରେ ଲାଗି ରହିଛି ବର୍ଷା। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ସମୁଦ୍ର ପତ୍ତନରୁ ୦.୯ କିମି ମଧ୍ୟରେ ଲମ୍ବିଥିବା ନିମ୍ନ-ଚାପ ରେଖା ପ୍ରଭାବରେ ଓଡ଼ିଶାର ବହୁ ଜିଲ୍ଲାରେ ଲାଗିରହିଛି କୋହୋଲା ପାଗ। ଗୁରୁବାର ସକାଳୁ ଦକ୍ଷିଣ ଓଡ଼ିଶାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ରାଜ୍ୟରେ ଅଧିକାଂଶ ସ୍ଥାନରେ କୋହଲା ପାଗ ଜାରି ରହିଛି। ରାଜଧାନି ଭୁବନେଶ୍ବରରେ ସକାଳୁ ହାଲୁକା ବର୍ଷା ହୋଇଛି। ମୂଳତଃ ପାଗ କୋହଲା ରହିବା ସହିତ ଶିତୁଆ ପବନ ବହିବାରେ ଲାଗିଛି। ପୁରୀ, କଟକ, ଜଗତଶିଙ୍ଘପୁର, ଯାଜପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ କୋହଳ ପାଗ ଅନୁଭୂତ ହେଉଛି।

ଆହୁରି ଦୁଇଦିନ ମେଘୁଆ ପାଗ ଅନୁଭୂତ ହୋଇପାରେ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବା ନିମ୍ନ-ଚାପ ରେଖା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଆହୁରି ଦୁଇଦିନ ପାଗ ମେଘୁଆ ରହିବା ସହିତ କୋହଲା ରହିବା। ଭୁବନେଶ୍ବରରରେ ଶନିବାର ବେଳକୁ ପାଗ ସ୍ଵାଭାବିକ ହେବ ସହିତ ଖରା ପଡିବା ସମ୍ଭାବନା ରହିଛି। ସେହିପରି ଆଗାମୀ ଦୁଇଦିନ ପରେ ଶୀତ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ରବିବାର ପର ଠାରୁ ତାପମାତ୍ରା କମିବା ସହିତ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଶୀତ ବଢିବ ବୋଲି ଅନୁମାନ କରାଯାଉଛି।












Click it and Unblock the Notifications