ଶୀତଳ ପଡିଆ ଶିମିଳିପାଳ ଜଙ୍ଗଲ ନିଆଁ

ଚିନ୍ତା ବଢାଇଛି ଶିମିଳିପାଳର ନିଆଁ । ସବୁଜ ବନାନୀରେ ପରିପୂର୍ଣ୍ଣ ପ୍ରକୃତି ରାଣୀ ଶିମିଳିପାଳକୁ ପ୍ରାକୃତିକ ବର୍ଷାରୁ ସୁରକ୍ଷା ମିଳିଛି। ଶୀତଳ ହୋଇଛି ଅଭୟାରଣ୍ୟ ବନାଗ୍ନି। ଦୀର୍ଘ ୫୦ଦିନ ଧରି ଜଳୁଥିବା ଶିମିଳିପାଳ ଅଭୟାରଣ୍ୟରେ ବର୍ଷା ଯୋଗୁ ନିଆଁ ପ୍ରଶମିତ ହୋଇଛି। ଫଳରେ କର୍ମଚାରୀମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ପରିବଶେବିତ୍‌ମାନେ ଖୁସି ପ୍ରକଟ କରିଛନ୍ତି।

Shimilipal forest

ଜିଲାରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇଥିଲା । ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ବର୍ଷା ହେବାରୁ ବାରିପଦା ସହର ଜଳାର୍ଣ୍ଣବ ହୋଇପଡ଼ଥିଲା। ବାରିପଦାରେ ସର୍ବାଧିକ ୫୧.୮୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ପିଠାବଟାରେ ୮.୮୯ ମି.ମି. ଦକ୍ଷିଣରେ ୯.୬୫ ମି.ମି., ନଅଁଣା ସାଉଥ୍‌ରେ ୬.୪୦ ମି.ମି., ନଅଁଣା ନର୍ଥରେ ୪୮ମି.ମି., ଡୁକୁରାରେ ୫୦.୮୦ମି.ମି., ବରେହିପାଣି ଅଞ୍ଚଳରେ ୨୦.୦୬ ମି.ମି., କୁଳିପାଳରେ ୩୧.୪୯ ମି.ମି., ଭଞ୍ଜବସାରେ ୫.୩୩ ମି.ମି., ଉପର ବାରହାକାମୁଡ଼ାରେ ୨.୨୦ ମି.ମି., ଜେନାବିଲରେ ୧୧.୬୮ ମି.ମି., ପୋଡାଡିହାରେ ୬.୮୫ ମି.ମି., ସାତକୋଶିଆରେ ୪.୫୭ ମି.ମି., ଠାକୁରମୁଣ୍ଡାରେ ୨.୫୪ ମି.ମି., କେନ୍ଦୁମୁଣ୍ଡିରେ ୩୧.୭୫ ମି.ମି., ଜେନାବିଲରେ ୧୧.୬୮ ମି.ମି., କବାଟଘାଇରେ ୩୧.୭୫ ମି.ମି., ଚହଲାରେ ୫.୮୦ ମି.ମି., ରାମତୀର୍ଥରେ ୮.୮୯ମିମି ବର୍ଷା ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପନିର୍ଦ୍ଦେଶକ ସାଇ କିରଣ ପ୍ରକାଶ କରିଛନ୍ତି ା

ତେବେ ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭିଥିବାରୁ ଜିଲାବାସୀଙ୍କୁ ଉତ୍ତାପରୁ ଆଶ୍ୱସ୍ତି ମିଳିଛି। ଏନେଇ ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଶିମିଳିପାଳ ଅଭୟାରଣ୍ୟରେ ପ୍ରତି ବର୍ଷ ନିଆଁ ଲାଗିବା ନୂଆ ଘଟଣା ନୁହେଁ । ଖରାଦିନେ ନିଆଁ ଲାଗିବା ଓ ତାକୁ ତୁରନ୍ତ ଆୟତ୍ତ କରିବାରେ ସ୍ଥାନୀୟ ଲୋକଙ୍କ ସହଯୋଗ ରହିଥାଏ ।

ବନ କର୍ମଚାରୀଙ୍କ ସହ ମିଳିମିଶି ଖୁବ୍‌ ଶୀଘ୍ର ନିଆଁକୁ ଲିଭାଇବା ସହ ଶିକାରକୁ ରୋକିବାରେ ଲୋକେ ସାହାଯ୍ୟ କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଥିବା ଲୋକମାନେ ହିଁ ଜଙ୍ଗଲ ସୁରକ୍ଷାରେ ନିଜକୁ ନିୟୋଜିତ କରିଥାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+