କୋରାପୁଟରେ ବ୍ୟାପକ ହେବ କଫିଚାଷ...୫୨୩ ହେକ୍ଟର ଜମିରେ ପ୍ରସ୍ତୁତ ହେଲା ଚାରା
କୋରାପୁଟରେ ବ୍ୟାପକ ହେବ କଫିଚାଷ ..
କୋରାପୁଟ:୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ସରକାରୀ ଯୋଜନା ମଧ୍ୟମରେ ଅନୁସୂଚିତ ଜନଜାତି ହିତାଧିକାରୀଙ୍କ ନିମନ୍ତେ ୫ହଜାର ହେକ୍ଟର ଜମିରେ କଫିଚାଷ କରିବାକୁ ଘୋଷଣା କରିଥିଲେ ।ଯାହାପରେ ଜିଲ୍ଲା ପ୍ରଶାସନର ସାହର୍ଯ୍ୟରେ ଓଡି଼ଶା ଜୀବିକା ମିଶନ୍ କଫି ଉନ୍ନୟନ ଟ୍ରଷ୍ଟ , ମିଶନ ଶକ୍ତି ,କଫି ଉନ୍ନୟନ ଟ୍ରଷ୍ଟ ପକ୍ଷରୁ କଫି ଚାରା ପ୍ରସ୍ତୁତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୦ ହଜାର କଫି ଚାରା ପ୍ରସ୍ତୁତ ହୋଇସାରିଛି ବୋଲି ସୂଚନା ଦେଇଛନ୍ତି ଓଏଲଏମ ଜିଲ୍ଲା ପ୍ରକଳ୍ପ ପରିଚାଳିକା ସୁସ୍ମିତା ସାମନ୍ତରାୟ ।ତେବେ ଚଳିତବର୍ଷ ଜାନୁଆରୀରୁ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା ।ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତରଙ୍କ ନିର୍ଦ୍ଦେଶରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ତାଲିମ ଦିଆଯାଇଥିଲା ।ଫଳରେ ଅନେକ ମହିଳା ସ୍ୱାବଲମ୍ବି ହୋଇପାରିଛନ୍ତି ।

ଦେବୀଘାଟ ପଞ୍ଚାୟତ ଘାଟଗୁମୋର ସମେତ ୯ଟି ସ୍ଥାନରେ ଚାରା ପ୍ରସ୍ତୁତ କେନ୍ଦ୍ର ଆରମ୍ଭ କରାଯାଇଛି । ୬ ମାସ ମଧ୍ୟରେ ୧ ଲକ୍ଷ ୬୦ହଜାର ଚାରା ପ୍ରସ୍ତୁତ ହୋଇସାରିଛି । ଆଗାମି ଦିନରେ ୫୨୩ ହେକ୍ଟର ଜମିରେ କଫି ଚାରା ରୋପଣ କରାଯିବା ନେଇ ସୂଚନା ରହିଛି ।କୋରାପୁଟ କଫି ଉନ୍ନୟନ ଟ୍ରଷ୍ଟ ବିଭିନ୍ନ ସ୍ଥାନରେ ଚାରା ପହଁଚାଇବାର ଦାଇତ୍ୱ ନେଇଛନ୍ତି ।ତେବେ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଯାରି ରହିବ ବୋଲି କହିଛନ୍ତି ସୁସ୍ମିତା ସାମନ୍ତରାୟ ।ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଓ ଯୋଜନା ପାଇଁ ଆଜି ଅନେକ ଆଦିବାସୀ ମହିଳା ରୋଜଗାରକ୍ଷମ
ହୋଇପାରିବେ ।












Click it and Unblock the Notifications