ପାରାଦୀପ ବନ୍ଦରରୁ କୋକେନ୍ ଜବତ ଘଟଣା: ପାନ୍ନାମାରୁ ପଡି ଜଣେ ସଦସ୍ୟ ଆହତ, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର
ପାରାଦୀପ: ପାରାଦୀପ ପିଆଇସିଟି ବର୍ଥର ଜାହାଜରୁ କୋକେନ ଜବତ ଘଟଣା ନୂଆ ମୋଡ ନେଇଛି । ଏମଭି ଦେବୀ ପାନ୍ନାମା ଜାହାଜରୁ ପଡି ଜାହାଜର ଜଣେ ସଦସ୍ଯ ଆହତ ହୋଇଛନ୍ତି । ବନ୍ଦରର ଆଙ୍କରେଜ ଏରିଆରେ ଏଭଳି ଘଟଣା ଘଟିଛି ।
ତାଙ୍କର ହାତ କଟା ଯାଇଥିବା ଅବସ୍ଥାରେ ସେ ସମୁଦ୍ରକୁ ଡେଇଁଥିଲେ । ଆଜି ସକାଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁତର ଅବସ୍ଥାରେ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ଆହତ ହୋଇଥିବା ଜାହାଜର କ୍ରୁ ସଦସ୍ୟ ହେଲେ ବୋଇଂ ଙ୍କୁ ହୁଁ । ତାଙ୍କ ମୁହଁ ଓ ହାତରେ ଲାଗିଛି ଗଭୀର ଆଘାତ । ଜାହାଜରୁ ଗଳି ପଡିବା ପରେ ଜାହାଜ ଫ୍ୟାନରେ କଟିଥିବା ଅନୁମାନ କରାଯାଉଛି । ତାଙ୍କୁ ବନ୍ଦର ଚିକିତ୍ସାଳୟରୁ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଗତ ଡିସେମ୍ବର ୧ ତାରିଖ ରେ ଜାହାଜ ରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ ୨୧ କ୍ରିଉ ସଦସ୍ୟଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ କରିଛି କଷ୍ଟମ ବିଭାଗ। ତେବେ କଷ୍ଟମ ବିଭାଗ ଜାହାଜକୁ ଆଙ୍କରେଜ ଏରିଆରେ ଅଟକ ରଖିଥିବା ବେଳେ କିଭଳି ଏହି କ୍ରିୟୁ ମେମ୍ବର ନିଜର ହାତ କାଟିଲେ ଓ ସମୁଦ୍ର ଭିତରକୁ ଡେଇଁଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି
ଷ୍ଟିଲ ପ୍ଲେଟ ଲୋଡ଼ ବେଳେ କ୍ରେନ ଅପରେଟର ଜାହାଜରେ କିଛି ପ୍ଲାଷ୍ଟିକ ପ୍ୟାକେଟ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଷ୍ଟମ୍ସ ବିଭାଗର ଅଧିକାରୀ ଏହି ପ୍ୟାକେଟକୁ ଯାଞ୍ଚ କଲା ବେଳେ ସେଥିରେ ଧଳା ପାଉଡ଼ର ଭଳି ପଦାର୍ଥ ଥିବା ଜଣାପଡ଼ିଥିଲା । ସନ୍ଦେହରେ ଭୁବନେଶ୍ବରରୁ ଡ୍ରଗ ଡିଟେକ୍ସନ ଟିମକୁ ଯୋଗାଯୋଗ କରିବା ପରେ ଏହା ମାରାତ୍ମକ ନିଶାଦ୍ରବ୍ୟ କୋକେନ ବୋଲି ଜଣାପଡିଥିଲା ।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡସେମ୍ବର ୧ ତାରିଖରେ ୨୨୦ କୋଟି ଟଙ୍କାର କେକେନ୍ ଜବତ ହୋଇଥିଲା। ୨୩ ପ୍ୟାକେଟ୍ କୋକେନ୍ରୁ ୨୨ ପ୍ୟାକେଟ୍ ଜବତ ହୋଇଥିବା ବେଳେ ଆଉ ଗୋଟିଏ ଜାହାଜର ତଳେ ଥିବା ପାଣି ଟ୍ୟାଙ୍କର୍ରେ ଥାଇପାରେ ବୋଲି ତଦନ୍ତକାରୀ ଟିମ୍ ସନ୍ଦେହ କରିଥିଲା। ତେବେ ଦୀର୍ଘ ଦଶ ଦିନ ପରେ ବି ତଦନ୍ତକାରୀ ସଂସ୍ଥା ଜାହାଜରୁ କୋକେନ୍ ଖୋଜିଥିଲା।












Click it and Unblock the Notifications