Get Updates
Get notified of breaking news, exclusive insights, and must-see stories!

ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳ ଗାଁ: ଗଣେଶ ରାମ ସିଂ ଖୁଣ୍ଟିଆ

କୂଳ ଲଂଘୁଛି ସମୁଦ୍ର। ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳ ଗାଁ। ୬ଟି ଉପକୂଳ ଜିଲ୍ଲାର ଅନେକ ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏନେଇ ସୂଚନା ଦେଇଛନ୍ତି।

ganeshram singh khuntia

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାର ୨୬, ଗଞ୍ଜାମର ୧୪, ପୁରୀର ୬ଟି ଗାଁ ସମୁଦ୍ରରେ ବିଲୀନ। ୧୯୯୦ରୁ ୨୦୧୮ ମଧ୍ୟରେ ସମୁଦ୍ର ମାଡ଼ି ଆସିବା ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏସବୁ ଅଞ୍ଚଳ। ରାଜନଗରର ସାତଭାୟା, କାହ୍ନୁପୁରୁ, ବରାହିପୁର ଗାଁଲୋକଙ୍କୁ ଥଇଥାନ କରାଯାଇଛି। ବଗପାଟିଆରେ ମଗରକଣ୍ଡା ଓ ରବୀନ୍ଦ୍ରପାଲି ଲୋକଙ୍କୁ ମଧ୍ୟ ଥଇଥାନ କରାଯାଇଛି।

ସେହିପରି ଗଞ୍ଜାମ, ପୁରୀ, ଜଗତସିଂହପୁରରେ ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵରରେ ବି ଚାଷଜମି ପ୍ରଭାବିତ ହୋଇଛି। ୬ଟି ଉପକୂଳ ଜିଲ୍ଲାର ୧୪୦.୭୩ ହେକ୍ଟର ଚାଷ ଜମି ଅବକ୍ଷୟ ହୋଇଛି। ଅନ୍ୟପଟେ ସମୁଦ୍ର ଜୁଆର ରୋକିବାକୁ ଅଧିକ ହେନ୍ତାଳ ବଣ ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+