ଘରୋଇ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ : ୨୦ ଆହତ, ୫ଗୁରୁତର

ଘରୋଇ ବସକୁ ପଛରେ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଆଉ ଏଥିରେ ୨୦ ଜଣ ଆହତ ହୋଇଥିବା ବେଳେ ୫ଗୁରୁତର ହୋଇଛନ୍ତି ।

acident

ସମସ୍ତେ ରେଢାଖୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସମ୍ବଲପୁର -ଅନୁଗୋଳ ୫୫ନଂ ଜାତୀୟ ରାଜପଥ ରେଢାଖୋଲ ଥାନା ଲୁହାପଙ୍କ ଛକ ନିକଟରେ ଏପରି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଅନୁଗୋଳ ପାତ୍ରପଡାରୁ ସମ୍ବଲପୁର ଆସୁଥିବା ଗଜଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ କୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଦୁର୍ଘଟଣା ହେବା ଫଳରେ ବସରେ ଥିବା ୩୫ଜଣରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୨୦ଜଣ ଆହତ ଥିବା ବେଳେ ୫ଜଣଙ୍କ ଗୁରୁତର ଅଛନ୍ତି । ସେମାନଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଘଟଣାର ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+