ବଗିରୁ ଅଲଗା ହେଲା ବଗି, ଅଧାରେ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ୍,
ଜଗଦଲପୁର ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଅଧାରେ ଅଟକିଲା । ବଗି ରୁ ବଗି ଅଲଗା ହେବା ପରେ କୋଟପାଡ଼ ଆମଗୁଡା ରୁଟ ମଝିରେ ଅଟକି ରହିଛି ଟ୍ରେନ । ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ମରାମତି କାର୍ଯ୍ୟ ଆରମ୍ଭ କରିଛି ରେଳ ବିଭାଗ । ତେବେ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ମରାମତିକୁ ଯାତ୍ରୀମାନେ ଅପେକ୍ଷା ଅପେକ୍ଷା କରି ରହିଥିବା ବେଳେ ମରାମତି ହେଲା ପରେ ପୁଣିଥରେ ଚାଲିବ ଟ୍ରେନ । ସୂଚନା ଅନୁସାରେ ଟ୍ରେନ୍ ନମ୍ବର ୧୮୪୪୮ (ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍) ଆଜି ଜଗଦଲପୁର ଠାରୁ ଅପରାହ୍ଣ ସାଢ଼େ ୪ଟାରେ ପହଞ୍ଚିବାର ଥିଲା।

ଏହି ଟ୍ରେନ୍ଟି ଭୁବନେଶ୍ବରରେ ଆସନ୍ତାକାଲି (ମଙ୍ଗଳବାର) ପୂର୍ବାହ୍ଣ ୮ଟା ୨୦ରେ ପହଞ୍ଚିବାର ଥିଲା। ମାତ୍ର ଏଥିରେ ତ୍ରୁଟି ଯୋଗୁ ଆମଗୁଡ଼ା ନିକଟରେ ଟ୍ରେନ୍ର ବଗିରୁ ଅନ୍ୟ ବଗିଗୁଡ଼ିକ ଅଲଗା ହୋଇଯାଇଥିଲା। ଇଂଜିନ ପାର୍ଶ୍ବରେ ଥିବା କିଛି ବଗି ଘଟଣାସ୍ଥଳରୁ ବହୁ ଆଗକୁ ପଳାଇଥିଲା। ବାକି ବଗି ସୁବୁ ପଛପଟରେ ରହି ଯାଇଥିଲା। ଟ୍ରେନ୍ର କିଛି ବଗି ସହିତ ଇଂଜିନ ଆଗକୁ ପଳାଇ ଯିବା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ମାତ୍ର ସମସ୍ତ ଯାତ୍ରୀସୁରକ୍ଷିତ ଅଛନ୍ତି।












Click it and Unblock the Notifications