ଗୁରୁଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ୩ ବର୍ଷରେ ପୂରଣ ହେବ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ
ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ ।
ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ଶିକ୍ଷା କ୍ଷେତ୍ରରେ ୨ଟି ବଡ଼ ଆହ୍ବାନ ଥିବା କହିଲେ ମୁଖ୍ୟମନ୍ତ୍ରୀ। ଡ୍ରପ୍ ଆଉଟ୍ ହ୍ରାସ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ୨ଟି ବଡ଼ ଆହ୍ବାନ । ତଥ୍ୟ ଅନୁସାରେ ୨୪% ଆଦିବାସୀ ପିଲା ଅଧାରୁ ପାଠ ଛାଡୁଛନ୍ତି।

ତେଣୁ ଆମେ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଲାଗୁ କଲୁ । ଏହାଦ୍ବାରା ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଫଳରେ ଡ୍ରପ୍ ଆଉଟ୍ ଯଥେଷ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ ମଧ୍ୟ ବଡ଼ ଆହ୍ବାନ, ବିଶେଷକରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ। ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ଓ ଭିତ୍ତିଭୂମି ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ ।












Click it and Unblock the Notifications