ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତିଷ୍ଠା ହେବ ସ୍ଥାୟୀ ରଙ୍ଗ ମହଲ
Dhanu Yatra 2025: ବରଗଡ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରତିଷ୍ଠା ହେବ ସ୍ଥାୟୀ ରଙ୍ଗ ମହଲ ଯେଉଁଥି ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କାର ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜିରା ନଦୀରେ ଆନିକଟ୍ ପାଇଁ ୮୦ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ସେହିଭଳି କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଏବଂ ଧନୁଯାତ୍ରାର ୧୭୦ କଳାକାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ବରଗଡ଼ ଧନୁଯାତ୍ରା ଅନୁଦାନ କୋଟିଏକୁ ବୃଦ୍ଧି କରାଯାଇଛି । ଏନେଇ ବରଗଡ଼ ଧନୁଯାତ୍ରାରେ ସାମିଲ୍ ହୋଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ୧୭୦ ଦଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବ । ଭବ୍ୟ, ଦିବ୍ୟ, ବିଶ୍ୱସ୍ତରୀୟ ରଙ୍ଗମଞ୍ଚରେ ଉପସ୍ଥିତ ଥିବାରୁ ଧନ୍ୟ ମନେ କରୁଛି । ବରଗଡ଼ ଧନୁଯାତ୍ରା ସମଗ୍ର ଓଡ଼ିଶାର ସ୍ୱାଭିମାନ, ନିଆରା ପରିଚୟ ।












Click it and Unblock the Notifications