Get Updates
Get notified of breaking news, exclusive insights, and must-see stories!

ନୂଆ ବିଧାନସଭା ଗୃହ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ୩ ଶହ ସିଟ୍‌ର ବିଧାନସଭା ନିର୍ମାଣ ହେବ

ବଢ଼ିପାରେ ବିଧାନସଭା ସଂଖ୍ୟା। ଓଡ଼ିଶାରେ ବିଧାନସଭା ସୀମା ପୁନଃ ନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀ ଦେଲେ ବଡ ସଂକେତ। ବିଧାନସଭାରେ ବଢ଼ିପାରେ ଆଉ ୫୦ ସିଟ ସଂଖ୍ୟା। ଏବେ ୧୪୭ ଅଛି ଯାହା ୨୦୦କୁ ବଢିପାରେ। ଏହାକୁ ଲକ୍ଷ୍ୟ ରଖି ୩୦୦ସଦସ୍ୟ ବସିବା ଭଳି ନୂଆ ବିଧାନସଭା ନିର୍ମାଣ କରାଯାଉଛି।

mohan amjhi

ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଏବଂ ନୂଆ ବିିଧାନସଭା ସୌଧ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନୂତନ ବିଧାନସଭା ବସି ପାରିବେ ପ୍ରାୟ ୩୦୦ ସଦସ୍ୟ, ଅର୍ଥାତ ବର୍ତ୍ତମାନର କ୍ଷମତାଠାରୁ ଆହୁରି ୨ ଗୁଣା ହେବ।

ଏଭଳି ଅତ୍ୟାଧୁନିକ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ୩ ହଜାର ୬୨୩ କୋଟି ଖର୍ଚ୍ଚ କରିବେ ସରକାର। ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା। ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି।

ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ ବ୍ୟବସ୍ଥା କରାଯାଇଛି। ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାକୁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+