CMIE REPORT ON PRIVATE CAPEX: ଘରୋଇ ପୁଞ୍ଜି ନିବେଶରେ ସାରା ଭାରତରେ ଓଡ଼ିଶା ଏକ ନମ୍ବର
ଆର୍ଥିକ ବର୍ଷ ୨୦୨୫/୨୬ର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବା ଓଡିଶା ଆଗରେ ରହିଛି । ଅନ୍ୟ ରାଜ୍ୟକୁ ପଛରେ ପକାଇ ଓଡିଶା ଏକ ନମ୍ବର ସ୍ଥାନ ହାସଲ କରିଛି । ଚଳିତ ଆର୍ଥିକ ବର୍ଷ ଏପ୍ରିଲରୁ ଜୁନ ତିନି ମାସରେ ଓଡ଼ିଶା ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି । ଯାହା ସାରା ଦେଶକୁ ଆସିଥିବା ମୋଟ ପୁଞ୍ଜିନିବେଶର ୪୦ ପ୍ରତିଶତ ଅଟେ ।
ଅନ୍ୟ ସବୁ ରାଜ୍ୟ ମିଳିତ ଭାବେ ୨.୧ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜି ହାସଲ କରିଛନ୍ତି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ବା ସିଏମଆଇଇର ରିପୋର୍ଟରୁ ଏଥି ତଥ୍ୟ ସାମ୍ନାକୁ ଆସିଛି ।
ଘରୋଇ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଛି । ବିକଶିତ ରାଜ୍ୟମାନଙ୍କୁ ପଛରେ ପକାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ଏହା ଦେଶରେ ସର୍ବାଧିକ ନିବେଶର ରେକର୍ଡ ।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ବା ସିଏମଆଇଇ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ସାରା ଦେଶରେ ଘରୋଇ କ୍ଷେତ୍ରରେ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିର ୧.୪ ଲକ୍ଷ କୋଟି ତୁଳନାରେ ଦ୍ୱିଗୁଣିତ । ଏହି ନିବେଶର ୮୫.୭% ଶୀର୍ଷ ୫ଟି ରାଜ୍ୟରେ ହୋଇଛି । ଯେଉଁଥିରେ ଓଡ଼ିଶା ଶୀର୍ଷରେ ରହିଛି । ଓଡ଼ିଶା ପରେ ଆନ୍ଧ୍ରପ୍ରଦେଶରେ ୪୭୧୧୦ କୋଟି ଓ ହରିୟାଣାରେ ୪୫୯୩୪ କୋଟି ଟଙ୍କାର ନିବେଶ ହୋଇଛି । ଏହା ପଛକୁ ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ରହିଛନ୍ତି ।
ଓଡ଼ିଶାରେ ଧାତବ ଓ ଧାତବ ଉତ୍ପାଦ କ୍ଷେତ୍ରରେ ୧.୪ ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି । ବିଜୁଳି କ୍ଷେତ୍ରରେ ୬୩୨୦୭ କୋଟି ଓ ପରିବହନ କ୍ଷେତ୍ରରେ ୪୪୮୯୩ କୋଟି ଟଙ୍କାର ନିବେଶ ହୋଇଛି । ଏପ୍ରିଲ-ମେ' ଅବଧିରେ ସରକାରୀ ପୁଞ୍ଜି ଖର୍ଚ୍ଚ ୫୪% ବୃଦ୍ଧି ପାଇ ୨.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଗ୍ରୀନ ହାଇଦ୍ରୋଜେନ, କେମିକାଲ, ପେଟ୍ରୋ କେମିକାଲ, ଟେକ୍ସଟାଇଲ, ଗ୍ରୀନ ଏନର୍ଜି ଭଳି କ୍ଷେତ୍ରରେ ପୁଞ୍ଜି ନିବେଶ ଆସିଛି । ପୂର୍ବରୁ ମେଟାଲ ଶିଳ୍ପ ଓଡିଶାକୁ ଆସୁଥିବା ବେଳେ ଏବେ ଭିନ୍ନଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶ ଆସୁଛି । ଶକ୍ତି ଓ ଉତ୍ପାଦନ କ୍ଷେତ୍ରରେ ୧ ଲକ୍ଷ ୧୫ କୋଟିର ନିବେଶ ଆସିଛି । ପୋର୍ଟ ଶିଳ୍ପରେ ନିବେଶ ପ୍ରାୟ ୧୮୬୦୦ ହଜାର କୋଟି ହୋଇଛି । ଏଥିରେ ପ୍ରାୟ ୪୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ ।
ଚଳିତ ବର୍ଷ ଜାନୁଆରୀ ମାସରେ ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଓଡିଶା ସରକାର । ଓଡିଶାରେ ନିବେଶ କରିବା ପାଇଁ କାର୍ଯ୍ୟକ୍ରମରେ ଉଦ୍ୟୋଗପତିଙ୍କୁ କରିବା ପାଇଁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ୨୦ ଟି ସେକ୍ଟରରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଏହା ଦ୍ୱାରା ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ସମ୍ମିଳନୀରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୧୪୫ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ବିଗତ କିଛି ଦିନ ମଧ୍ୟରେ ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୫୬ଟି ଉଦ୍ୟୋଗ ପାଇଁ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି ।
CMIE REPORT ON PRIVATE CAPEX: ଘରୋଇ ପୁଞ୍ଜି ନିବେଶରେ ସାରା ଭାରତରେ ଓଡ଼ିଶା ଏକ ନମ୍ବର
ଆର୍ଥିକ ବର୍ଷ ୨୦୨୫/୨୬ର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବା ଓଡିଶା ଆଗରେ ରହିଛି । ଅନ୍ୟ ରାଜ୍ୟକୁ ପଛରେ ପକାଇ ଓଡିଶା ଏକ ନମ୍ବର ସ୍ଥାନ ହାସଲ କରିଛି । ଚଳିତ ଆର୍ଥିକ ବର୍ଷ ଏପ୍ରିଲରୁ ଜୁନ ତିନି ମାସରେ ଓଡ଼ିଶା ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି । ଯାହା ସାରା ଦେଶକୁ ଆସିଥିବା ମୋଟ ପୁଞ୍ଜିନିବେଶର ୪୦ ପ୍ରତିଶତ ଅଟେ । ଅନ୍ୟ ସବୁ ରାଜ୍ୟ ମିଳିତ ଭାବେ ୨.୧ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜି ହାସଲ କରିଛନ୍ତି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ବା ସିଏମଆଇଇର ରିପୋର୍ଟରୁ ଏଥି ତଥ୍ୟ ସାମ୍ନାକୁ ଆସିଛି ।
ଘରୋଇ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଛି । ବିକଶିତ ରାଜ୍ୟମାନଙ୍କୁ ପଛରେ ପକାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ଏହା ଦେଶରେ ସର୍ବାଧିକ ନିବେଶର ରେକର୍ଡ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ବା ସିଏମଆଇଇ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ସାରା ଦେଶରେ ଘରୋଇ କ୍ଷେତ୍ରରେ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିର ୧.୪ ଲକ୍ଷ କୋଟି ତୁଳନାରେ ଦ୍ୱିଗୁଣିତ । ଏହି ନିବେଶର ୮୫.୭% ଶୀର୍ଷ ୫ଟି ରାଜ୍ୟରେ ହୋଇଛି । ଯେଉଁଥିରେ ଓଡ଼ିଶା ଶୀର୍ଷରେ ରହିଛି । ଓଡ଼ିଶା ପରେ ଆନ୍ଧ୍ରପ୍ରଦେଶରେ ୪୭୧୧୦ କୋଟି ଓ ହରିୟାଣାରେ ୪୫୯୩୪ କୋଟି ଟଙ୍କାର ନିବେଶ ହୋଇଛି । ଏହା ପଛକୁ ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ରହିଛନ୍ତି ।
ଓଡ଼ିଶାରେ ଧାତବ ଓ ଧାତବ ଉତ୍ପାଦ କ୍ଷେତ୍ରରେ ୧.୪ ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି । ବିଜୁଳି କ୍ଷେତ୍ରରେ ୬୩୨୦୭ କୋଟି ଓ ପରିବହନ କ୍ଷେତ୍ରରେ ୪୪୮୯୩ କୋଟି ଟଙ୍କାର ନିବେଶ ହୋଇଛି । ଏପ୍ରିଲ-ମେ' ଅବଧିରେ ସରକାରୀ ପୁଞ୍ଜି ଖର୍ଚ୍ଚ ୫୪% ବୃଦ୍ଧି ପାଇ ୨.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଗ୍ରୀନ ହାଇଦ୍ରୋଜେନ, କେମିକାଲ, ପେଟ୍ରୋ କେମିକାଲ, ଟେକ୍ସଟାଇଲ, ଗ୍ରୀନ ଏନର୍ଜି ଭଳି କ୍ଷେତ୍ରରେ ପୁଞ୍ଜି ନିବେଶ ଆସିଛି । ପୂର୍ବରୁ ମେଟାଲ ଶିଳ୍ପ ଓଡିଶାକୁ ଆସୁଥିବା ବେଳେ ଏବେ ଭିନ୍ନଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶ ଆସୁଛି । ଶକ୍ତି ଓ ଉତ୍ପାଦନ କ୍ଷେତ୍ରରେ ୧ ଲକ୍ଷ ୧୫ କୋଟିର ନିବେଶ ଆସିଛି । ପୋର୍ଟ ଶିଳ୍ପରେ ନିବେଶ ପ୍ରାୟ ୧୮୬୦୦ ହଜାର କୋଟି ହୋଇଛି । ଏଥିରେ ପ୍ରାୟ ୪୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ ।
ଚଳିତ ବର୍ଷ ଜାନୁଆରୀ ମାସରେ ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଓଡିଶା ସରକାର । ଓଡିଶାରେ ନିବେଶ କରିବା ପାଇଁ କାର୍ଯ୍ୟକ୍ରମରେ ଉଦ୍ୟୋଗପତିଙ୍କୁ କରିବା ପାଇଁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ୨୦ ଟି ସେକ୍ଟରରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଏହା ଦ୍ୱାରା ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ସମ୍ମିଳନୀରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୧୪୫ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ବିଗତ କିଛି ଦିନ ମଧ୍ୟରେ ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୫୬ଟି ଉଦ୍ୟୋଗ ପାଇଁ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି ।

Click it and Unblock the Notifications