CMC ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀରେ ରେଡ୍, ଦୁଇ କମ୍ପାନୀ ସିଲ
ବର୍ତ୍ତମାନ ରାଜ୍ୟରେ ଡାଇରିଆରେ ଝାଡ଼ା-ବାନ୍ତି ଏବଂ ଜଣ୍ଡିସ ସମସ୍ୟା ବାପିବାରେ ଲାଗିଛି। ଏହାରି ମଧ୍ୟରେ କୁହାଯାଇଛି ଯେ, ଏହି ଡାଇରିଆ ପାଣି ଯୋଗୁଁ ଘଟୁଛି। ସେଥିପାଇଁ ଆଜି ସବୁ ପାଣି ଫ୍ୟାକ୍ଟ୍ରିରେ ଚଢାଉ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ କେନ୍ଦ୍ରୀୟ ଟିମର ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତିରାଜ, ନଗର ଉନ୍ନୟନ ସହ ମଧ୍ୟ ଆଲୋଚନା ହୋଇଛି।

କଟକରେ ୨ଟି ପାଣି କମ୍ପାନୀ ସିଲ୍: ସିଏମସି ସ୍ୱାସ୍ଥ୍ୟ ବିବାଗ ପକ୍ଷରୁ ୨ଟି ପାଣି କମ୍ପାନୀରେ ରେଡ୍ କରାଯାଇଛି। ଶଙ୍କରପୁର ସ୍ଥିତ ଦାସସାହି ଓ ଉପରସାହି ସ୍ଥିତ ପାଣି କମ୍ପାନୀ ସିଲ୍ କରାଯାଇଛି।
ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ ସିଲ୍ କରାଯାଇଛି। ବିଶୁଦ୍ଧ ନକରି ମାର୍କେଟକୁ ଁଛଡ଼ାଯାଉଥିଲା ୨୦ ଲିଟର ବିଶିଷ୍ଟ ପାଣି ଜାର।












Click it and Unblock the Notifications