କଟକ ବାଲିଯାତ୍ରାରେ CMC ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ, ବିଭିନ୍ନ ଷ୍ଟଲ୍‌ ଉପରେ ରେଡ୍‌

ଆକ୍ସନରେ ଖାଦ୍ୟ ସୁରକ୍ଷା ବିଭାଗ । ଶନିବାର ଦିନ ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍‌ ମଧ୍ୟ କଟାଯାଇଛି ।

Bali Yatra

ଖବର ଅନୁଯାୟୀ, କଟକରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ୨୦୨୫ । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ଲୋକଙ୍କ ଭିଡ଼ ଜମିଛି । ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରସିଦ୍ଧ ଯାତ୍ରା ବୁଲିବା ସହ ଅନେକ କିଣାକିଣି ମଧ୍ୟ କରୁଛନ୍ତି । ହେଲେ କିଛି ଷ୍ଟଲରେ ବାସୀ ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା । ଯାହାପରେ ଆକ୍ସନକୁ ଆସିଥିଲା ସିଏମ୍‌ସି ଖାଦ୍ୟ ସୁରକ୍ଷା ୟୁନିଟ୍‌ । ଶନିବାର ସକାଳୁ ସକାଳୁ ବାଲିଯାତ୍ରା ପଡିଆରେ ଥିବା ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ବାସୀ ଖାଦ୍ୟ ଥିବାର ଦେଖିବାକୁ ମିଳିଥିଲା। ଯାହାପରେ ଆକ୍ସନକୁ ଆସିଥିଲା । ତୁରନ୍ତ ସେହି ଖାଦ୍ୟକୁ ନଷ୍ଟ କରିବା ସହ ଉକ୍ତ ଷ୍ଟଲଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+