ସିଏମ୍ସି କମିଶନରଙ୍କ କଡ଼ା ଆଭିମୁଖ୍ୟ,୩୦ କର୍ମଚାରୀଙ୍କ ପରେ OAS ଅଧିକାରୀଙ୍କୁ ସୋ' କଜ୍ ନୋଟିସ୍
ଆକ୍ସନ ମୋଡରେ ସିଏମସିର ନୂଆ କମିଶନର କିରଣଦୀପ କୌର ସହୋଟା। ଆଜି ୩୦ ଜଣ କର୍ମଚାରୀଙ୍କୁ ସୋ' କଜ୍ ନୋଟିସ୍ ପଠାଇଛନ୍ତି। କର୍ମଚାରୀ ମାନେ ଅଫିସକୁ ବିଳମ୍ବରେ ଆସୁଥିବାରୁ ସିଏମସି କମିଶନର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯାହାକୁ ନେଇ ସିଏମସିର ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନୋଟିସ୍ ଜାରି କରିଛନ୍ତି ।ତେବେ କାହିଁକି ଦରମା ବନ୍ଦ କରାଯିବ ସେ ନେଇ ୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ ନୋଟିସ୍ ଜାରି କରାଯାଇଛି ।

ଅଫିସ୍ ସମୟ ୧୦ଟା ଥିଲେ ମଧ୍ୟ କର୍ମଚାରୀ ମାନେ ଅଫିସରେ ନଥିଲେ । ଏମିତି କି ସିଏମସି କମିଶନର ୧୦ଟା ୩୦ ମିନିଟ୍ ସମୟରେ ଅଫିସ୍ ଆସି ଦେଖିବା ବେଳେ ଅଧିକାଂଶ ପିଅନ ଓ ଝାଡୁଦାର ମଧ୍ୟ ଅନୁପସ୍ଥିତ ଥିଲେ । ଏହାକୁ ନେଇ ଖୁବ୍ଧ ହୋଇଥିଲେ ନୂଆ କମିଶନର । ଯାହାଫଳରେ ୩୦ ଜଣ କର୍ମଚାରୀଙ୍କୁ ସେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।












Click it and Unblock the Notifications