ନୂଆଁଖାଇ 2022: ସମ୍ବଲପୁରୀ ଭାଷାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ରାଜ୍ୟବାସୀଙ୍କୁ ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଆ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ରାଜ୍ୟବାସୀଙ୍କୁ ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଆ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ । ଏନେଇ ସେ ଭିଡିଓ ସେୟାର କରି କହିଛନ୍ତି, "ଜୟ ମା ସମଲେଶ୍ବରୀ । ଆପଣ ସମସ୍ତଙ୍କୁ ନୂଆଁଖାଇ ଜୁହାର । ମାଆ ସମଲେଇ ଆପଣମାନଙ୍କୁ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା । ଜୁହାର ।"

ରାତି ପାହିଲେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । କରୋନା ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ନୂଆଁଖାଇ ପାଳନ କରାଯାଇ ନଥିଲା। ଚଳିତ ବର୍ଷ ବଡ ଧୁମଧାମରେ ଏହି ଉତ୍ସବ ପାଳନ କରାଯିବ । ଏହି ପୂଜାର ବିଧି ରହିଛି । ଏହି ଅନୁସାରେ ପ୍ରତିବର୍ଷ ଉତ୍ପାଦିତ ନୂଆ ଧାନକୁ ପ୍ରଥମେ ଅଧିଷ୍ଠାତ୍ରୀ ମା' ସମଲେଶ୍ବରୀଙ୍କୁ ଅର୍ପଣ କରାଯିବ । ଘରେ ତିଆରି ହୋଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ସଭିଏଁ ଏକାଠି ବସି ଖାଇଥାନ୍ତି ।
ପବିତ୍ର #ନୂଆଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତା: pic.twitter.com/HDx4enbId9
— I & PR Department, Odisha (@IPR_Odisha) August 31, 2022
ଗଣେଶ ପୂଜା ପରଦିନ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇଥାନ୍ତି । ପରିବାରର ସାନମାନେ ମୁଣ୍ଡିଆ ମାରି ବଡ଼ମାନଙ୍କଠାରୁ ଆଶୀର୍ବାଦ ନେଇଥାନ୍ତି । ପିଠାପଣା ଭୋଜିଭାତରେ ବିତେ ଦିନଟି । ଏହା ସାହି ପଡ଼ିଶା ତଥା ଗାଁର ସଭିଏଁ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇଥାନ୍ତି । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରି ନାଚଗୀତରେ ସହ ଏହି ପର୍ବ ଶେଷ କରିଥାନ୍ତି ।












Click it and Unblock the Notifications