ହିନ୍ଦୀ, ସଂସ୍କୃତ ଶିକ୍ଷକଙ୍କ ନିଯୁକ୍ତି ପର୍ବ: ନିଯୁକ୍ତି ପତ୍ର ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
Odisha News: ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ପାଇବାକୁ ଯାଉଥିବା ୫୭୬ ହିନ୍ଦୀ, ସଂସ୍କୃତ ଶିକ୍ଷକଙ୍କ ରାଜ୍ୟସ୍ତରୀୟ ଦିଗଦର୍ଶନ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ପର୍ବ ଆଜି ଅନୁଷ୍ଠିତ ହେବ । ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ଏହି ଦିଗଦର୍ଶନ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହିତ ନିଯୁକ୍ତି ପାଇବାକୁ ଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାରୁ ନିଯୁକ୍ତି ପାଇବାକୁ ଥିବା ୩୬୮ ଜଣ ହିନ୍ଦୀ ଏବଂ ୨୦୮ ଜଣ ସଂସ୍କୃତ ଶିକ୍ଷକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ବିଦ୍ୟାଳୟ ଶିକ୍ଷାକୁ ଶ୍ରେଷ୍ଠକରି ଗଢିତୋଳିବା ସହିତ ଶୈକ୍ଷିକ ବାତାବରଣର ଉତ୍ତରୋତ୍ତର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଉଥିବାବେଳେ ଶିକ୍ଷକ ନିଯୁକ୍ତି ଉପରେ ପ୍ରାଥମିକତା ଦେଉଛନ୍ତି । ଏହି କ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରେ ୩୬୮ ଜଣ ହିନ୍ଦୀ ଏବଂ ୨୦୮ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇବାକୁ ଯାଉଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୩, ଅନୁଗୋଳରେ ୧୭, କଟକରେ ୩୫, ଗଞ୍ଜାମରେ ୩୭, ଜଗତସଂହପୁରରେ ୨୫, ଯାଜପୁରରେ ୩୩, କୋରାପୁଟରେ ୩୪, ଖୋର୍ଦ୍ଧାରେ ୪୦, ପୁରୀରେ ୨୭, ମୟୂରଭଞ୍ଜରେ ୨୬ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତି ପାଇବେ । ଏହି ଶିକ୍ଷକ ନିଯୁକ୍ତି ଦ୍ୱାରା ରାଜ୍ୟରେ ପୁଣିଥରେ ଶିକ୍ଷାଦାନ ପଦ୍ଧତି ମଜବୁତ ହେବା ସହିତ ଗୁଣାତ୍ମକ ଶିକ୍ଷାର ମାନ ମଧ୍ୟ ବୃଦ୍ଧି ପାଇବ ।
ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରରେ ପୂର୍ବାହ୍ନ ୧୧.୩୦ ମନିଟ୍ରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅଶ୍ଥୀ ଏସ୍. ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି












Click it and Unblock the Notifications