ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ଦିନେ ଦୁଇ ଦିନ ଭିତରେ ଯାଇପାରନ୍ତି ମନମୋହନ ସାମଲ
ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ଅନେକ ଗୁରୁତ୍ବପୂର୍ଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏପଟେ ଦିନେ ଦୁଇ ଦିନ ଭିତରେ ପୁଣି ଦିଲ୍ଲୀ ଗସ୍ତରେ ଯିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିନେ କିମ୍ବା ଦୁଇ ଦିନ ଭିତରେ ଦିଲ୍ଲୀ ଯାଇପାରନ୍ତି ବିଜେପି ରାଜ୍ୟ ସଭାପତି । ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନୂଆପଡ଼ା ପ୍ରାର୍ଥୀ ହେବେ ବୋଲି କହିଛନ୍ତି ମନମୋହନ ସାମଲ।

ଓଡ଼ିଶା ସହ କେନ୍ଦ୍ରୀୟ ଟିମ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି ସର୍ଭେ ଆଧାରରେ ପ୍ରାର୍ଥୀ ଚୟନ କରିବ ସଂସଦୀୟ ବୋର୍ଡ । କେନ୍ଦ୍ରୀୟ କମିଟି ମଧ୍ୟ ନୂଆପଡା ପ୍ରାର୍ଥୀ ନେଇ ସର୍ଭେ କରୁଛନ୍ତି। ଲୋକପ୍ରିୟତା, ଲୋକେ ଯାହାକୁ ଚାହୁଁଥିବେ, ଦଳୀୟ ଚିନ୍ତାଧାରା କାର୍ଯ୍ୟ କରୁଥିବେ, ଲୋକଙ୍କ ମୌଳିକ ସମସ୍ୟା ନେଇ ଜ୍ଞାନ ଗାରିମା ଥିବ, ସେଭଳି ଲୋକକୁ ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।












Click it and Unblock the Notifications