UPSC ଆଶାୟୀଙ୍କୁ ଆର୍ଥିକ ସହାୟତା କରିବେ ମୁଖ୍ୟମନ୍ତ୍ରୀ
ସିଭିଲ ସର୍ଭିସ ଆଶାୟୀଙ୍କୁ ଆର୍ଥିକ ସହୟତା କରିବେ ରାଜ୍ୟ ସରକାର। ପ୍ରିଲିମ୍ସରେ କୃତିତ୍ବ ଲାଭ କରିବା ପରେ କୋଚିଂ କିମ୍ବା କୌଣସି ପ୍ରକାର ଆର୍ଥିକ ସହାୟତା ଲୋଡୁଥିବା ଗରିବ ଶ୍ରେଣୀର ପିଲାଙ୍କୁ ସାହାଯ୍ୟ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର।
ଭୁବନେଶ୍ବର: ସିଭିଲ ସର୍ଭିସ ଆଶାୟୀଙ୍କୁ ଆର୍ଥିକ ସହୟତା କରିବେ ରାଜ୍ୟ ସରକାର। ପ୍ରିଲିମ୍ସରେ କୃତିତ୍ବ ଲାଭ କରିବା ପରେ କୋଚିଂ କିମ୍ବା କୌଣସି ପ୍ରକାର ଆର୍ଥିକ ସହାୟତା ଲୋଡୁଥିବା ଗରିବ ଶ୍ରେଣୀର ପିଲାଙ୍କୁ ସାହାଯ୍ୟ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର।

ବର୍ତ୍ତମାନ ୟୁପିଏସସସି ରେ ଓଡିଶାର କମ୍ ସଫଳତା ହାର ଦେଖି ସରକାର ଏପରି ଏକ ନୂତନ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ବାରା ଅନେକ ଛାତ୍ରଛାତ୍ରୀ ଲାଭ ପାଇବେ ବୋଲି ଆଶା ରହିଛି । ଯେଉଁ ଛାତ୍ରଛାତ୍ରୀଙ୍କ ମାତାପିତାଙ୍କ ଆୟ ବାର୍ଷିକ 10 ଲକ୍ଷରୁ କମ ହୋଇଥିବ । ସେମାନେ ପ୍ରିଲିମ୍ସଜରେ ସଫଳତା ପାଇବା ପରେ ଆର୍ଥିକ ଅନଟନ ଯୋଗୁଁ ଭଲ କୋଚିଂ ନେବାକୁ ମଧ୍ୟ ଭାବି ପାରୁନଥିବ । ସେମାନଙ୍କ ଆକାଉଣ୍ଟକୁ ଅର୍ଥ ପଠାଇ ଦିଆଯିବ । 2022-23 ଶିକ୍ଷା ବର୍ଷରେ ଏଭଳି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ ।
ଏହି ଯୋଜନା ପାଇଁ ସରକାର ପାଖାପାଖି ଦେଢ କୋଟି ଟଙ୍କା ବେୟ କରିବେ ବୋଲି ଚିନ୍ତା କରିଥିଲେ। କିନ୍ତୁ ବର୍ତ୍ତମାନ ସେଥିରେ ସାମାନ୍ୟ ପରିବର୍ତ୍ତନ ହୋଇ 2 କୋଟି ହୋଇପାରେ ।












Click it and Unblock the Notifications