'ସୁଶାସନ ପ୍ରତ୍ୟେକ ଲୋକର ଅଧିକାର'

ଲୋକସେବା ଭବନରେ ଦୁଇ ଦିନିଆ ଜାତୀୟ ସୁଶାସନ କର୍ମଶାଳା ଗୁରୁବାର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ଓ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ବାହାରି ଓଡ଼ିଶା ଏବେ ପ୍ରଗତିଶୀଳ ହୋଇଛି । ସୁଶାସନ ପ୍ରତ୍ୟେକ ଲୋକର ଅଧିକାର । ଆଉ ତାହା ଅଧିକାରୀଙ୍କ କର୍ତ୍ତବ୍ୟ । ଓଡ଼ିଶା ଶାସନ ଏବେ ପେପରଲେସ୍ ହୋଇଛି । ଆଗକୁ ଲୋକଙ୍କୁ ସୁଶାସନ ଯୋଗାଇ ଦେବାକୁ AI ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯିବ ।

ବିଧାନସଭରେ ଚଳିତ ବଜେଟ୍ ମଧ୍ୟ ପେପରଲେସ୍ ହୋଇଥିଲା । ସରକାରୀ କାମ ତ୍ୱରାନ୍ୱିତ ପାଇଁ ଡିଜିଟାଲ୍ ପ୍ଲଟଫର୍ମ ଓଶ୍ୱାସରେ କାମ ହେଉଛି । ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ମୌଳିକ ସେବା ଅନଲାଇନରେ ଯୋଗାଇ ଦିଆଯାଉଛି । ଅଟୋମେଟିକ ଲୋକଙ୍କ ଅଭିଯୋଗ ଶୁଣାଣି ଏବଂ ସମାଧାନ କରାଯାଇଛି ।

mohan majhi
ଆମ ସରକାରରେ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଆମେ କର୍ମଯୋଗୀ ବୋଲି ଅବସ୍ଥାପିତ କରିଛୁ । ବ୍ୟୁରୋକ୍ରେସୀ ଦାୟିତ୍ୱବାନ ଅଛି । ନାଗରିକ କେନ୍ଦ୍ରିକ ଭାବେ ଆମ ସରକାର କାମ କରୁଛି । ଓଡ଼ିଶାରେ ଏଭଳି ଏକ କର୍ମଶାଳା ଆୟୋଜନ ସୁଯୋଗ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+