Get Updates
Get notified of breaking news, exclusive insights, and must-see stories!

CM Sambalpur Visit: ମୋହନ ଶୁଣିଲେ ୨୪୦୦ ଗୁହାରି

ସମ୍ବଲପୁର : ଓଡ଼ିଶା ଇତିହାସରେ ପ୍ରଥମଥର ରାଜଧାନୀ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଆଜି ସମ୍ବଲପୁରରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ ଅନ୍‌ଲାଇନ ଓ ଅଫ୍‌ଲାଇନକୁ ମିଶାଇ ପ୍ରାୟ ୨୪୦୦ ଅଭିଯୋଗ ପଞ୍ଜୀକରଣ ସହ ଶୁଣାଣି ହୋଇଥିଲା। ପ୍ରାୟ ୬ହଜାରରୁ ଅଧିକ ଲୋକ ନିଜ ଅଭିଯୋଗ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ୧୧ ଜଣ ମନ୍ତ୍ରୀ, ବହୁ ବରିଷ୍ଠ ଅଧିକାରୀ ଲୋକଙ୍କ ଅଭିଯୋଗ ଶୁଣିବ‌ା ସହ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି।

ଏହି ଅବସରରର ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ ୧୮ଜଣ ଦୁରାରୋଗ୍ୟ ପୀଡ଼ିତଙ୍କୁ ୧୯.୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ କହିଥିଲେ, ଆମ ସରକାର ସଂକଳ୍ପପତ୍ରରେ ଯାହା ପ୍ରତିଶ୍ରୁତି ଦେଇଥିଲା ଗତ ୧୦ମାସ ମଧ୍ୟରେ ସେଥିରୁ ଅଧିକାଂଶ ପୂରଣ କରିଛି। ଆଗାମୀ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଏଭଳି ଅଭିଯୋଗ ଶୁଣାଣି ଆୟୋଜିତ ହେବ। ପ୍ରକୃତପକ୍ଷେ 'ଅରକ୍ଷିତକୁ ଆମ ସରକାର ସାହା' ବୋଲି ଏହି ଜନଶୁଣାଣି ପ୍ରମାଣିତ କରିଥିବା ଶ୍ରୀ ମାଝୀ କହିଛନ୍ତି।

CM Sambalpur Visit Mohan heard 2400 complaints

ଗତ ୯ଟି ପାଳିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାଖଲ ହୋଇଥିବା ୯୩୭୭ ଅଭିଯୋଗ ମଧ୍ୟରୁ ୮୮% ଅଭିଯୋଗର ସମାଧାନ ହୋଇସାରିଛି। ଆଜି ଅନ୍‌ଲାଇନରେ ୧୦୦୦ ଅଭିଯୋଗ ପଞ୍ଜୀକରଣ ହୋଇଥିଲେ ହେଁ ସେଥିରେ ୪୦୦୦ରୁ ଅଧିକ ଲୋକ ଜଡ଼ିତ ଥିଲେ। ସମସ୍ତ ଅଭି‌େ‌ଯାଗ ସହୃଦୟତାର ସହ ଶୁଣାଯାଇ ଯେତେସମ୍ଭବ ଶୀଘ୍ର ସମାଧାନ ପାଇଁ ବ୍ୟବସ୍ଥା କରାଯାଉଛି। ସେହିପରି ଅଫ୍‌ଲାଇନରେ ଆସିଥିବା ୧୪୦୦ ଅଭିଯୋଗରେ ୨୦୦୦ରୁ ଅଧିକ ଲୋକ ଜଡିତ ଥିବା ବେଳେ ସେମାନଙ୍କ ଅଭିଯୋଗ ମଧ୍ୟ ପଞ୍ଜୀକରଣ କରାଯାଇଛି। ସେଗୁଡ଼ିକର ମଧ୍ୟ ଆଶୁ ସମାଧାନ ପାଇଁ ପ୍ରଯତ୍ନ କରାଯିବ। ରାଜ୍ୟର ବୃହତ୍ତର ବିକାଶର ଲକ୍ଷ୍ୟ ପୂରଣ ଭିତରେ ଗରିବ, ଅସହାୟ ଲୋକଙ୍କ ଦୁଃଖକୁ ଆମେ ଯେପରି ଉପେକ୍ଷା ନ କରୁ, ତାହା ଆମର ମୂଳଲକ୍ଷ୍ୟ। ଗରିବ ଲୋକେ ଯେପରି ଅନୁଭବ ନ କରନ୍ତି ସେମାନଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି। ପୂର୍ବ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିଲେ। ଆମେ କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନଶୁଣାଣି କରିବାକୁ ନିଷ୍ପତ୍ତି ନେଇଛୁ।

ଆଜି ସମ୍ବଲପୁରରେ ହେଲା, ଆଗାମୀଦିନରେ ରାଜ୍ୟର ଅନ୍ୟ ସ୍ଥାନରେ ହେବ। ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀ ମାନେ ସେମାନଙ୍କ ସ୍ତରରେ ହିଁ ଯେତେଦୂର ସମ୍ଭବ, ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ତତ୍ପରହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିିଥିଲେ।
ଆଜିର ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ. ଗଣେଶରାମ ସିଂ ଖୁଣ୍ଟିଆ, ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏଥିସହ ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲାର ବିଧାୟକମାନେ, ଗୃହବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ପ୍ରମୁଖ ଉପସ୍ଥିତ ରହି ଜନଶୁଣାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+