ଆଜି ରଥଯାତ୍ରା ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥର ଦୁଇ ବର୍ଷ ପରେ ଭକ୍ତ ସାମିଲ ହେବେ ରଥଯାତ୍ରାରେ । ଶ୍ରୀକ୍ଷେତ୍ର ଏନେଇ ଏବେ ଠାରୁ ଚଳଚଞ୍ଚଳ । ସ୍ନାନ ଯାତ୍ରାପରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡ଼ିଛି ପ୍ରଶାସନ । କେଉଁ କାର୍ଯ୍ୟ କେତେ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥର ଦୁଇ ବର୍ଷ ପରେ ଭକ୍ତ ସାମିଲ ହେବେ ରଥଯାତ୍ରାରେ । ଶ୍ରୀକ୍ଷେତ୍ର ଏନେଇ ଏବେ ଠାରୁ ଚଳଚଞ୍ଚଳ । ସ୍ନାନ ଯାତ୍ରାପରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡ଼ିଛି ପ୍ରଶାସନ । କେଉଁ କାର୍ଯ୍ୟ କେତେ ବାଟ ଯାଇଛି ସେନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ରଥଯାତ୍ରା ପୂର୍ବରୁ ରାସ୍ତାଘାଟ, ପାନୀୟ ଜଳ, ପରିମଳ, ଗମନାଗମନ, ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା କାର୍ଯ୍ୟର ସମୀକ୍ଷା କରାଯିବ। କେଉଁ ବିଭାଗର କାମ କେତେବାଟ ଯାଇଛି ସେ ସମ୍ପର୍କରେ ଅପଡେଟ୍ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ପୂର୍ବ ଭଳି ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିବା ନେଇ ଆଶା ରହିଛି ।












Click it and Unblock the Notifications