ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ: ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି ଶୁଭାରମ୍ଭ କଲେ ଗଣ ଶିକ୍ଷାମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ । ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି ଶୁଭାରମ୍ଭ କଲେ ଗଣ ଶିକ୍ଷା ମନ୍ତ୍ରୀ । ଉମରକୋଟରେ ଆୟୋଜିତ କାର୍ଯ୍ୟକ୍ରମରେ ପିଲାଙ୍କୁ ଲଡ଼ୁ ବାଣ୍ଟିଲେ । ନବମ ଓ ଦଶମ ପିଲାଙ୍କ ମଧ୍ୟାହ୍ନ ଭୋଜନର ମଧ୍ୟ ଶୁଭାରମ୍ଭ କଲେ । ରାଜ୍ୟର ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ କହିଲେ ।

କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ସରପଞ୍ଚ ସ୍ବର୍ଣ୍ଣ ଲତା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନନ୍ଦି କିଶୋର ଭୋଇ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପମଣୀ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ, ନୋଡାଲ ସିଆର୍ସିସି ପ୍ରସନ୍ନ କୁମାର ସାହୁ, ୱାର୍ଡ ମେମ୍ବର ଚନ୍ଦ୍ର ଭାନୁ ସାହୁ ପ୍ରମୁଖ ଯୋଗଦେଇ ସରକାରଙ୍କ ପୋଷଣ ଯୋଜନାର ଶୁଭାରମ୍ଭ କରିବା ସହ ଛାତ୍ରୀଛାତ୍ରମାନଙ୍କୁ ମାଣ୍ଡିଆ ଲଡୁ ଓ ରାଶି ଲଡୁ ବଣ୍ଟନ କରିଥିଲେ।
ସରକାରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମଧ୍ୟ ପୋଷଣ ଖାଦ୍ୟ ତଥା ମଧ୍ୟାହ୍ନ ଭୋଜନରେ ସାମିଲ କରିଥିବାରୁ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା। ସେହିପରି ବ୍ଲକର ବଡ଼ଡୁଙ୍ଗୁରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜେ. ମାଲିପଡା ପ୍ରାଥମିକ ବିଦ୍ୟାଳୟ, ବୀର କିଶୋର ଉଚ୍ଚ ବିଦ୍ୟାଳୟ ଭଟାପଲା, ନୋଡାଲ ପ୍ରାଥମିକ ବିଦ୍ୟାଳୟ, କନ୍ଧପଡା ପ୍ରାଥମିକ ବିଦ୍ୟାଳୟ ସମେତ ବ୍ଲକର ବିଭିନ୍ନ ବିଦ୍ୟାଳୟଙ୍କରେ ମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।












Click it and Unblock the Notifications