ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ, କହିଲେ ଅଧୁରା ସ୍ୱପ୍ନ ପୂରଣ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ବିଜୁ ବାବୁଙ୍କ ଦୂରଦୃଷ୍ଟି ଏବଂ ଓଡ଼ିଶାର ବିକାଶ ପାଇଁ ତାଙ୍କର ସଂକଳ୍ପକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ବାବୁଙ୍କ ଜୀବନ ସଂଘର୍ଷମୟ ଥିଲା । ସେ କେବେବି ସମ୍ମାନ ଓ ସ୍ୱାଭିମାନ ସହିତ ସାଲିସ କରିନାହାଁନ୍ତି । ଓଡ଼ିଶାକୁ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ସେ ସେବା ସହିତ ବିକାଶକୁ ସବୁବେଳେ ପ୍ରାଥମିକତା ଦେଇ ଆସିଥିଲେ । ବିଜୁ ବାବୁଙ୍କର ଅନେକ ସ୍ୱପ୍ନ ଆଜି ବି ଅଧୁରା ରହିଛି । ଆମ ସରକାର ସେହି ସବୁ ସ୍ୱପ୍ନକୁ ପୂରଣ କରିବା ପାଇଁ ବଦ୍ଧପରିକର । ବିଜୁ ବାବୁଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ଏକ 'ସମୃଦ୍ଧ ଓଡ଼ିଶା' ଗଠନ କରିବା ପାଇଁ ଆମେ ସଂକଳ୍ପ ନେଇଛୁ । ଲୋକଙ୍କ ସେବା ଏବଂ ବିକାଶ ହିଁ ଆମ ଶାସନର ମୂଳମନ୍ତ୍ର ହେବ, ଯାହା ବିଜୁ ବାବୁ ଚାହୁଁଥିଲେ ।













Click it and Unblock the Notifications