Get Updates
Get notified of breaking news, exclusive insights, and must-see stories!

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହେବା ପରେ ବିଜେପିର ବହୁ ନେତା ଓ ମୁଖ୍ୟମନ୍ତ୍ରୀ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସଞ୍ଚିତାଙ୍କ ପରଲୋକ ପରେ ବିଜେପିରେ ବଡ କ୍ଷତି ହୋଇଛି ।

CM

ଦୀର୍ଘ ଦିନ ହେବ ସଞ୍ଚିତା ମହାନ୍ତି କର୍କଟ ରୋଗରେ ପୀଡିତ ଥିଲେ । ଦୀର୍ଘ ଦିନ ହେବ ଅସୁସ୍ଥ ଥିବାରୁ ଚିକିତ୍ସିତ ହେଉଥିଲେ । ଘରୋଇ ହସ୍ପିଟାଲରେ ଦେହାନ୍ତ ହେବା ପରେ ନୟାପଲ୍ଲୀ ସ୍ଥିତ ବାସଭବନରେ ତାଙ୍କ ପାର୍ଥୀବ ଶରୀରକୁ ଅଣାଯାଇଛି । ସେଠାରେ ବରିଷ୍ଠ ନେତା ମନ୍ତ୍ରୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ଆଉ କିଛି ସମୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ମରଶରୀର ନିଆଯିବ, ସେଠାରେ ବିଧାନସଭାକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହାପରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ହେବ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+