୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଜିଏସଟି କାଉନସିଲ ବୈଠକରେ ଯୋଗଦେବେ

୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ଜିଏସଟି କାଉନସିଲ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ସେମିକନ ସମ୍ମିଳନୀରେ ଯୋଗଦେବେ। ଭାରତକୁ କିପରି ସେମିକଣ୍ଡକ୍ଟର ପାୱାର ହାସ କରାଯାଇପାରିବ ସେନେଇ ଶୀର୍ଷ ସ୍ତରରେ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ଓ ୪ ତାରିଖରେ ଜିଏସଟି କାଉନସିଲର ୫୬ ତମ ବୈଠକରେ ମଧ୍ୟ ଯୋଗଦେବେ। ଦିଲ୍ଲୀ ଗସ୍ତ ପୂର୍ବରୁ ଓଡ଼ିଶା ଉପସ୍ଥାପନ କରିବାକୁ ଯାଉଥିବା ପ୍ରସ୍ତାବ ନେଇ ବୈଠକ କରିଛନ୍ତି ମୋହନ ମାଝୀ।

ପରିବର୍ତ୍ତନ ହେବାକୁ ଥିବା ଜିଏସଟି ସ୍ଲାବ ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ବର୍ତ୍ତମାନ ୪ଟି ସ୍ଲାବ ୫, ୧୨, ୧୮ ଓ ୨୮ ପ୍ରତିଶତରେ ଜିଏସଟି ରହିଛି। ଏହାକୁ ପରିବର୍ତ୍ତନ କରାଯାଇ ୨ଟି ପର୍ଯ୍ୟାୟରେ ଲାଗୁ କରାଯିବାକୁ ପ୍ରସ୍ତାବ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୫ ପ୍ରତିଶତ ଦ୍ରବ୍ୟ ଓ ସେବା କର ଲାଗୁ ହେବ। ସେହିପରି ଅନ୍ୟ ସାଧାରଣ ସାମଗ୍ରୀ ଉପରେ ଲାଗିବ ୧୮ ପ୍ରତିଶତ।

CM on 4-day visit to Delhi

ଲକଜୁରୀ ସାମଗ୍ରୀ ଓ ଟବାଟୋ ଆଦି ପଦାର୍ଥ ଉପରେ ସ୍ବତନ୍ତ୍ର ୪୦ ପ୍ରତିଶତ ଜିଏସଟି ଲାଗୁ କରାଯିବାର ବ୍ୟବସ୍ଥା ରହିଛି। ଜିଏସଟି ବୈଠକରେ ଯୋଗ ଦେବା ସହ ଓଡ଼ିଶାରେ ସେମିକଣ୍ଡକଟର ସେକ୍ଟରରେ ପୁଞ୍ଜିନିବେଶ ନେଇ ମଧ୍ୟ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯଦି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟନ୍ତି ତେବେ ରାଜ୍ୟର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମଧ୍ୟ ଆଲୋଚନା କରିପାରନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+