Get Updates
Get notified of breaking news, exclusive insights, and must-see stories!

CM Oath Ceremony: ଶପଥ ସମାରୋହ ପାଇଁ ରାଜ୍ୟ ସରକାର ବୁଧବାର ଅଧାଦିନ ଛୁଟି ଘୋଷଣା

ଦିନକ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପିର ସରକାର ଗଠନ ହେବାକୁ ଯାଉଛି । ଏହି ଶପଥ ସମାରୋହ ପାଇଁ ରାଜ୍ୟ ସରକାର ବୁଧବାର ଅଧାଦିନ ଛୁଟି ଘୋଷଣା କରିଛନ୍ତି ।

ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତତିରେ ବିଜେପିର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱରରେ ଥିବା ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ଆସନ୍ତା ୧୨ତାରିଖ ଦିନ ୧ଟାରୁ ଛୁଟି ରହିବ ।

CM Oath Ceremony

ଏହି ଶପଥ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ସମସ୍ତଙ୍କୁ ଦୁଇଟି ଲେଖାଏଁ ଦୀପ ନିଜ ଘରେ ଜାଳିବାକୁ ଆହ୍ୱାନ କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ୨୪ବର୍ଷର ବିଜେଡି ସରକାରର ଅନ୍ତ ଘଟିଛି । ଆଉ ଆସନ୍ତାକାଲି ୧୨ତାରିଖ ଅପରାହ୍ନ ୪:୪୫ରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ସମାରୋହରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ମୋଦି ଉକ୍ତଦିନ ୨ଟା ୧୦ମିନିଟରେ ଭୁବନେଶ୍ୱରରେ ପହଂଚି ରାଜଭବନ ଯିବେ । ସେଠାରୁ ଜନତା ମଇଦାନରେ ଆୟୋଜିତ ଶପଥ ସମାରୋହରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+