Get Updates
Get notified of breaking news, exclusive insights, and must-see stories!

ପରିକ୍ରମା ପ୍ରକଳ୍ପ: ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏମିତି ଲେଖିଲେ ନବୀନ

"ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ" । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପରେ ଏମିତି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: "ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ" । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପରେ ଏମିତି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନବୀନଙ୍କ ଏହି ପୋଷ୍ଟଟି ପରିକ୍ରମ ପ୍ରକଳ୍ପକୁ ବିରୋଧ କରୁଥିବା ତଥା ପ୍ରକଳ୍ପ ବିରୋଧରେ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଶକ୍ତ ଚାପୁଡା ବୋଲି ଚର୍ଚ୍ଚା ହେଉଛି ।

କହିରଖୁ କି, ଆଜି ଆସିଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ । ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ସୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପରିକ୍ରମ ପ୍ରକଳ୍ପ ଲଢେଇରେ ରାଜ୍ୟ ସରକାରଙ୍କ ବିଜୟ ହୋଇଛି । ପ୍ରକଳ୍ପ ବିରୋଧରେ ହୋଇଥିବା ଦୁଇଟି ପିଟିସନକୁ ଖାର କରିଛନ୍ତି ସୁପ୍ରିମକୋର୍ଟ । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମାମଲାକୁ ଖାରଜ କରିଦେବା ସହ ଦୁଇ ଆବେଦନକାରୀଙ୍କୁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Parikrama Project

ଏହା ସହ ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଛନ୍ତି । ଉନ୍ନୟନମୂଳକ କାମକୁ ଉଦେଶ୍ୟମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିଛନ୍ତି । ଗତକାଲି ସବୁ ପକ୍ଷକୁ ଶୁଣିବା ପରେ ଦୁଇ ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ପରେ ଜାରି ରହିବ ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ।

ଭକ୍ତଙ୍କ ସୁବିଧା ପାଇଁ ନିର୍ମାଣ କାମ ହେଉଥିବା ସୁପ୍ରିମକୋର୍ଟରେ ଦର୍ଶାଇଥିଲେ ଓଡ଼ିଶା ସରକାର । ଶୌଚାଳୟ, ପ୍ରତୀକ୍ଷା କେନ୍ଦ୍ର, ଇଲେକ୍ଟ୍ରିକ ଓ କ୍ଲକ ରୁମ ନିର୍ମାଣ ହେଉଥିବା କହିଥିଲେ । ଏନଏମଏରୁ ଏନଓସି ଅଣାଯାଇଥିବା ଯୁକ୍ତି ରଖିଥିଲେ ସରକାର । ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଆଡଭୋକେଟ ଜେନେରାଲ ଅଶୋକ ପରିଜା । ରାଜ୍ୟ ସରକାରଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ମାମଲା ଖାରଜ କରିଥିବା କୋର୍ଟ କହିଛନ୍ତି । ଏହାସହ ଜନସ୍ୱାର୍ଥ ମାମଲା ନେଇ କୋର୍ଟ କହିଛନ୍ତି ଯେ, ନିଜସ୍ୱ ପ୍ରଚାର କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟ ରଖି ଲୋକେ ଏବେ ଏକାଧିକ ଜନସ୍ୱାର୍ଥ ମାମଲା ରୁଜୁ କରୁଛନ୍ତି ।

ଅନ୍ୟପଟେ ରାୟ ଆସିବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଟ୍ୱିଟ୍ କରି ପିନାକୀ ଲେଖିଛନ୍ତି, କୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥଙ୍କ ଭାଷା । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ପରିକ୍ରମା ପ୍ରକଳ୍ପ ଜରିଆରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ସବୁ ରାଜନୈତିକ ଦଳକୁ ସାଙ୍ଗରେ ନେଇ ପୁରୀର ବିକାଶ କରାଯାଉଛି । ପ୍ରକଳ୍ପର ଶିଳାନ୍ୟାସ ପାଇଁ ସବୁ ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେଣୁ ପୁରୀର ବିକାଶକୁ ନେଇ ରାଜନୀତି କରାନଯାଉ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+