କୋଭିଡ ଟିକା ଉପରୁ GST ଛାଡ ପାଇଁ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
କେନ୍ଦ୍ର ଦେଉଥିବା ଟିକା ଉପରେ ଜିଏସଷ୍ଟି ଲାଗିବା ଫଳରେ ରାଜ୍ୟ ସରକାରଙ୍କ ଉପରେ ବୋଝ ଅଧିକ ହେଉଛି । ଫଳରେ କୋଭିଡ ଟିକା ଉପରୁ ଜିଏସଷ୍ଟି କର ଛାଡ ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି 3ୟ ପର୍ଯ୍ୟାୟ ଟିକାକରଣ । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ମାଗଣା ଟିକା ଦେଉଛନ୍ତି ରାଜ୍ୟ ସରକାର । ଏଥି ପାଇଁ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚର ରହିଛି ବେୟ ବରାଦ । ମାତ୍ର କେନ୍ଦ୍ର ଦେଉଥିବା ଟିକା ଉପରେ ଜିଏସଷ୍ଟି ଲାଗିବା ଫଳରେ ରାଜ୍ୟ ସରକାରଙ୍କ ଉପରେ ବୋଝ ଅଧିକ ହେଉଛି । ଫଳରେ କୋଭିଡ ଟିକା ଉପରୁ ଜିଏସଷ୍ଟି କର ଛାଡ ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟିକା କ୍ରୟ ଉପରେ ସମ୍ପୂର୍ଣ୍ଣ ଭାବେ ଜିଏସଟି ହ୍ରାସ୍ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଭ୍ୟାକ୍ସିନ୍ ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ଉପକୃତ ହେବ ବୋଲି ନବୀନ ଚିଠିରେ ଉଲ୍ଲେକ କରିଛନ୍ତି । ଲମ୍ବା କୋଭିଡ୍ ଯୁଦ୍ଧ ପାଇଁ ସମସ୍ତଙ୍କ ସହଯୋଗ ଦରକାର । ରାଜ୍ୟମାନଙ୍କୁ ସହଯୋଗ କଲେ ଦେଶ ଏକାଠି କରୋନା ବିରୋଧୀ ଯୁଦ୍ଧ ଲଢ଼ି ପାରିବ । ଅର୍ଥାଭାବ କେବଳ ଗୋଟିଏ ରାଜ୍ୟକୁ ପ୍ରଭାବିତ କରିବ ନାହିଁ ବରଂ ଦେଶ ଗତିକୁ ଲେଉଟାଣି ମୋଡ଼କୁ ନେଇଯିବ ବୋଲି ନବୀନ ଲେଖିଛନ୍ତି ।

ଏଥିସହ ପେଟ୍ରୋଲ, ଡିଜେଲ୍, ମଦ ଇତ୍ୟାଦି ଉପରୁ ଆଦାୟ ବିଭିନ୍ନ ସେସ୍ ଏବଂ ସରଚାର୍ଜେସକୁ କେନ୍ଦ୍ର ସରକାର ପାଉଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେହି ଅର୍ଥକୁ ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାର ସମାନ ଭାବେ ବିତରଣ ପାଇଁ ନବୀନ ଅନୁରୋଧ କରିଛନ୍ତି । ଏହାଦ୍ୱାରା ମହାମାରୀ ବିରୋଧରେ ଟିକାକରଣ, ମାଗଣା ଚିକିତ୍ସା ଏବଂ ଅନ୍ୟ ପଦକ୍ଷେପ ନେବା ସମ୍ଭବ ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।













Click it and Unblock the Notifications