ରାଜ୍ୟକୁ ଧାର୍ଯ୍ୟ ସମୟରେ ମିଳୁନି ରସାୟନିକ ସାର, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: କେନ୍ଦ୍ର ସରକାର ଓଡିଶାକୁ ଧାର୍ଯ୍ୟ ସମୟରେ ଯେତିକି ସାର ଯୋଗାଇବା କଥା ସେଥିରେ ବିଫଳ ହୋଇଛନ୍ତି । ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଅଭିଯୋଗ କରିଛନ୍ତି ଚାହିଦା ମୁତାବକ କେନ୍ଦ୍ର ସରକାର ଓଡିଶାକୁ ଏମଓପି ଓ ଡିଏପି ସାର ମିଳିନାହିଁ । ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟକୁ ୪୭ ହଜାର ମେଟ୍ରିକ ଟନ୍ ଡିଏପି ଏବଂ ୧ ହଜାର ମେଟ୍ରିକ ଟନ ଏମଓପି ସାର କମ୍ ମିଳିଥିବା ନେଇ ଚିଠିରେ କୁହାଯାଇଛି । ଚିଠିରେ କୁହାଯାଇଛି କି, ରାଜ୍ୟରେ ସାରର ଚାହିଦା ଆକାଶଛୁଆଁ ରହିଛି । ଗତବର୍ଷ ରାଜ୍ୟର ଚାଷୀମାନେ ୟାସ, ଜୱାଦ ଓ ଗୁଲାବ ବାତ୍ୟା ପାଇଁ ଅନେକ କ୍ଷତି ସହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏଥର ଭଲ ଫସଲ ପାଇଁ ପାଣିପାଗ ଅନୁକୂଳ ଅଛି । ତେଣୁ ଅଗଷ୍ଟ ଓ ସେପ୍ଟେମ୍ବରରେ ଏମଓପି ଏବଂ ଡିଏପି ସାର ଅଧିକ ଦରକାର ହେବ । ଏଣୁ ଯଥାଶିଘ୍ର ରାଜ୍ୟକୁ ସାର ଯୋଗାଣ କରାଯାଉ ବୋଲି ନବୀନ ଦାବି କରିଛନ୍ତି ।












Click it and Unblock the Notifications