• search
For Quick Alerts
Turn On Notification  
For Daily Alerts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଛି ମହାଯଜ୍ଞ, ଆସନ୍ତକାଲି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

|

ପୁରୀ: ଆସନ୍ତାକାଲି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲି ସକାଳ ୭ ଟାରୁ ୯ ଟା ମଧ୍ୟରେ ସୂର୍ଯ୍ୟପୂଜା,ଅଗ୍ନିପୂଜା ଓ ଯଜ୍ଞ ବିଧି ସମ୍ପନ୍ନ ହେବ। ସକାଳ ୯.୩୦ ରେ ପୁରୀ ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୧୦ ଟା ୧୫ ରୁ ସାଢେ ଦଶଟା ମଧ୍ୟରେ ଶିଳା ସ୍ଥାପନା ପୂଷ୍ପାଞ୍ଜଳି ସହ ପୂର୍ଣ୍ଣାହୂତି ଦିଆଯିବ ।

Shree Mandira Parikrama Project

ତେବେ ସୋମବାରଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭୂମିପୂଜନ ଓ ମହାଯଜ୍ଞ ଆରମ୍ଭ ହୋଇଛି । ବ୍ରାହ୍ମଣବରଣ ପରେ ମହାଯଜ୍ଞ କୁଣ୍ଡରେ ଅଗ୍ନିସଂଯୋଗ ସହ ଆଜିଠାରୁ ତିନିଦିନିଆ ମହାଯଜ୍ଞ ଆରମ୍ଭ ହୋଇଛି । ବ୍ରାହ୍ମଣମାନେ ବେଦପାଠ ସହ ଯଜ୍ଞକୁଣ୍ଡରେ ଆହୁତି ଦେଇଛନ୍ତି । ‌ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବଡ଼ ବଡ଼ ଦୀପ ଲଗାଇ ସୁସଜ୍ଜିତ କରାଯିବା ସହ ଶ୍ରୀମନ୍ଦିର ଓ ଯଜ୍ଞ ବେଦିଙ୍କୁ ଫୁଲରେ ସଜାଯାଇଛି । ତେବେ ଆସନ୍ତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସହ ଭୂମିପୂଜନ ମହାଯଜ୍ଞର ପୂର୍ଣ୍ଣାହୂତି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ୧୪୭ ବିଧାୟକ ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିକ୍ରମା ଯୋଜନା ପାଇଁ ଜମି ପ୍ରଦାନ କରିଥିବା ଲୋକଙ୍କୁ ସମ୍ମାନିତ କରିବେ । ପରିକ୍ରମା ଯୋଜନାର ଏକ ମଡେଲ୍ ମୁଖ୍ୟମନ୍ତ୍ରୀ ଅନାବରଣ କରିବେ । ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି । ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୩ ଜଣ ଅତିରିକ୍ତ ଏସପି, ୧୦ଜଣ ଡିଏସପି, ୪୦ଜଣ ଇନସ୍ପେକ୍ଟର ଓ ୧୦୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି ବୋଲି ଏସପି କହିଛନ୍ତି ।

ଏହା ପୂର୍ବରୁ ସୋମବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ମହାଯଜ୍ଞସ୍ଥଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଅନ୍ୟ ଅଧିକାରୀଙ୍କ ସହ ଆୟୋଜନ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବଡ଼ଦାଣ୍ଡରେ ବାରିକେଡ୍‌ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CM Naveen will Lay Foundation Stone For Shree Mandira Parikrama Project Tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X